ନୂଆଦିଲ୍ଲୀ,୨୨/୨(ଡ଼ି.ଏଚ ବ୍ୟୁରୋ):-ପାଟନା ହାଇକୋର୍ଟ ବିହାର ବିଧାନସଭାର ଉଭୟ ଶାସକ ଓ ବିରୋଧୀ ଦଳର ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ୨୦୨୫ ବିଧାନସଭା ନିର୍ବାଚନରେ ଏହି ବିଧାୟକମାନଙ୍କ ବିରୋଧରେ ଭୋଟ କିଣିବା, ମତଦାନରେ ଅନିୟମିତତା ସୃଷ୍ଟି କରିବା ଓ ପ୍ରାର୍ଥୀପତ୍ରରେ ଭୁଲ ସତ୍ୟପାଠ ଦାଖଲ କରିଥିବାର ଗୁରୁତର ଅଭିଯୋଗ ରହିଛି।



















