Saturday, August 15, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟର ବିଭିନ୍ନ ଅଞ୍ଚଳ‌ରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର ବିଭିନ୍ନ ଅଞ୍ଚଳ‌ରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

28
ADVERTISEMENT

ଭୁବନେଶ୍ୱର,୨୨/୨(ଡ଼ି.ଏଚ ବ୍ୟୁରୋ):-ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଭାରତ ମହାସାଗର ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଭାରତ ମହାସାଗର ଅଞ୍ଚଳରେ ପହଞ୍ଚିବ। ଏହାର ପ୍ରଭାବରେ ଆସନ୍ତା ୨୩ ଏବଂ ୨୪ତାରିଖ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କଟକ, ଯାଜପୁର, ଭଦ୍ରକ ଜିଲାଗୁଡ଼ିକରେ ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।

Advertisement