ବ୍ରହ୍ମପୁର,୨୧।୦୨ (ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଆମ୍ବପୁଆ ଅବକାରୀ କାର୍ଯ୍ୟାଳୟ ନିକଟରେ ଜବତ ହୋଇଥିବା ଗାଡ଼ିରେ ଅଗ୍ନିକାଣ୍ଡ। ପ୍ରାୟ ୨୦ରୁ ଉର୍ଦ୍ଧ୍ବ କାର୍ ଓ ଟ୍ରକ୍ ରେ ନିଆଁ ଲାଗିଥିବା ବେଳେ ଉକ୍ତ ଗାଡି ସବୁ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇ ଅନେକ ଦିନ ହେବ ଏଠାରେ ରଖା ଯାଇଥିଲା । ତେବେ କେଉଁ କାରଣ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି।
















