ପିପିଲି କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପିପିଲି ପୁଲିସ କାବୁ କରିଛି।

13
ADVERTISEMENT

ପିପିଲି,୧୨/୦୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପିପିଲି ପୁଲିସ ଏନକାଉଣ୍ଟର କରିଛି । ଅଭିଯୁକ୍ତର ନାମ କ୍ରୀଷ୍ଣା କାଣ୍ଡି (୨୫) ଓ ତାର ଘର କୋଣାର୍କ ଅଞ୍ଚଳରେ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାର ବାମ ଗୋଡ ଆଣ୍ଠୁ ତଳେ ଗୁଳି ବାଜିଥିବା ସୂଚନା ମିଳିଛି । ତେବେ, ଅଭିଯୁକ୍ତର ଗୁଳିମାଡରୁ ପିପିଲି ଥାନାଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

Advertisement