Saturday, August 15, 2026
ADVERTISEMENT
Home ଆଞ୍ଚଳିକ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ l

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ l

29
ADVERTISEMENT

ଭୁବନେଶ୍ୱର,୧୨/୦୨(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ l ରାଜ୍ୟର କଟକ ସହର ସମେତ ଗ୍ରାମାଞ୍ଚଳରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ପଡ଼ିଛି । ଶ୍ରମିକ ସଂଗଠନ ପକ୍ଷରୁ କର୍ମଚାରୀମାନେ ବିଭିନ୍ନ ବ୍ୟାଙ୍କରେ ପହଞ୍ଚି ବନ୍ଦ କରିବାକୁ ଅନୁରୋଧ କରିଥିବାବେଳେ ପାଗା ଠାରୁ ଆରମ୍ଭ କରି ଜଗତପୁର ପର୍ଯ୍ୟନ୍ତ ଶତାଧିକ ଶ୍ରମିକ ଭାରତ ବନ୍ଦ ଡାକରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ରାଜଧାନୀ ଭୁବନେଶ୍ୱରର ଆଇଗିଣୀଆ ଛକ, ମାଷ୍ଟରକ୍ୟାଣ୍ଟିନ, ଜୟଦେବ ବିହାର ଛକ, ବାଣୀବିହାର, ରାଜମହଲ ଛକରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରିବା ସହ ଗାଡିକୁ ଅଟକାଇଛନ୍ତି । ଏହାସହିତ ବରମୁଣ୍ଡା ବସ ଷ୍ଟାଣ୍ଡରେ ଗାଡି ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ବସ୍ ଚଳାଚଳ ଠପ୍ ହୋଇଛି । ଏବଂ ଭୁବନେଶ୍ୱର ଜୟଦେବ ବିହାର ଛକରେ ଏକ ବରଗାଡିକୁ ଅଟକାଇଥିଲେ ଆନ୍ଦୋଳନକାରୀ ।

Advertisement