ବ୍ରହ୍ମପୁର,୧୧/୦୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେ ହେଲେ ସାର୍ପ ସୂଟରଙ୍କ ବାଇକ୍ ଚୋରି କରିଥିବା ରାଜେନ୍ଦ୍ର ସାହୁ । କୋର୍ଟ ବିଭିନ୍ନ ସର୍ତ୍ତ ନିର୍ଦ୍ଧାରଣ କରିବା ସହ ୫୦ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

















