Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣୀ।

ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣୀ।

33
ADVERTISEMENT

କୁକୁଡାଖଣ୍ଡି,୧୦।୦୨(ଇ ରଞ୍ଜନ ):-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିବା ବେଳେ କିଛି ଅଭିଯୋଗ ସମାଧାନ ହୋଇନଥିବାରୁ ପୁଣି ଦ୍ବିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣୀ କୁକୁଡାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସରପଞ୍ଚ କାମିନୀ ନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନୁରାଗ ରଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ,ବିପିସି ଶ୍ରୀରାମ ପଣ୍ଡା ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ କରିଥିଲେ। ଏଥିରେ ମୋଟ ୭୭ ଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ରାସନ୍ କାର୍ଡ ୪,ସାମାଜିକ ସୁରକ୍ଷା ୫୬,ସୁଭଦ୍ରା ଯୋଜନା ୮,ଗ୍ରାମୀଣ ଆବାସ ୯,ମନରେଗା ୧,ସମ୍ପ୍ରଦାୟ ୧ ସହ ଅନ୍ୟାନ୍ୟ ଅଭିଯୋଗ ଶୁଣାଣୀ ହୋଇଛି। ଖୁବ୍ ଶୀଘ୍ର ଅଭିଯୋଗ ଗୁଡ଼ିକ ଯାଞ୍ଚ କରାଯାଇ ସମାଧାନ କରାଯିବ ବୋଲି ପ୍ରଶାସନ ଅଧିକାରୀ ମାନେ ଜନସାଧାରଣଙ୍କ ପ୍ରତିଶୃତି ଦେଇଛନ୍ତି। ଏଥିରେ ସରପଞ୍ଚ ପ୍ରତିନିଧି ଟୁନା ନାୟକ, ସମିତି ସଭ୍ୟା ସୁନୀତା ଦାସ,ପିଇଓ ଶୁଭ ଲଷ୍ମୀ ମହାରଣା ସହ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ।

Advertisement