ଭୁବନେଶ୍ବର,୦୯/୦୨(ଲିପିକା ରାଣୀ ରାଉତ ):-ଭୁବନେଶ୍ବର ବାପୁଜନଗର ସ୍ଥିତ ଦୁର୍ଗା ମନ୍ଦିରଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ଅଷ୍ଟମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ,ସାଧାରଣ ସଭା ରେ ସଭାପତି ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ,କାର୍ଯ୍ୟକାରୀ ସଭାପତି ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାଶ ,ମହାରାଜ ସମ୍ପାଦକ ପ୍ରଭାକର ମଲ୍ଲିକ, ଉପ ସଭାପତି ବୈକୁଣ୍ଠ ମହାପାତ୍ର, ଉପଦେଷ୍ଟା ରାଧାବଲ୍ଲଭ ସିଂହ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ବଶିଷ୍ଠ ସଦସ୍ୟ ସୁରେନ୍ଦ୍ର ସାମଲ ସମସ୍ତଙ୍କୁ ସ୍ଵାଗତ କରିଥିଲେ, ସଂପାଦକ ତାଙ୍କର ବାର୍ଷିକ ରିପୋର୍ଟ ପଢ଼ିଥିଲେ ,ଯୁଗ୍ମ ସଂପାଦକ ନିରଞ୍ଜନ ଦାଶ ଆୟ ବ୍ୟୟ ର ହିସାବ ଦେଈ ଥିଲେ,ଅନୁଷ୍ଠାନ ର ଆର୍ଥିକ ବର୍ଷରେ କିଛି ପଇସା ବାକିଆ ଦେବାକୁ ଥିବାରୁ ଆଜିର ସଭାରେ ପୂଜ୍ୟ ମହନ୍ତ ଓ ପୂଜ୍ୟ ବାବାଙ୍କ ଉପସ୍ଥିତି ରେ ସମସ୍ତେ ମହାନତା ର ଶହ ଯାହାର ଯାହା ପାଇବାର ଥିଲା ତାକୁ ମହାପ୍ରଭୁ ଙ୍କ କାର୍ଯ୍ୟ ପାଇଁ ଅନୁଷ୍ଠାନକୁ ଦାନ କଲେ ବୋଲି ଘୋଷଣା କଲେ, ଏହି ନିଷ୍ପତ୍ତି କୁ ସମସ୍ତେ କରତାଳି ଦେଇ ସ୍ବାଗତ କରି ଥିଲେ, ସତସଙ୍ଗରେ ଓଡ଼ିଶାରେ ଜଗନ୍ନାଥ ପାଞ୍ଚରାତ୍ର ସର୍ବଦା କରି ଆସୁଥିବାରୁ କଟକ ଭକ୍ତ ସମାଜ ଓ ଚୌଦ୍ଵାର ଭକ୍ତ ସମାଜକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସତସଙ୍ଗରେ ରାଧାବଲ୍ଲଭ ସିଂହ, ପ୍ରଭାକର ମଲ୍ଲିକ, ବୈକୁଣ୍ଠ ମହାପାତ୍ର, ନିରଞ୍ଜନ ଦାଶ,ନାରାୟଣ ମହାପାତ୍ର ଙ୍କୁ ମୁଖ୍ୟ ଅତିଥି ଡ଼ ଭାସ୍କର ମିଶ୍ର ଶ୍ରୀମନ୍ଦିର ର ପତିତପାବନ ବାନା ବେକରେ ଦେଈ ସମ୍ବର୍ଦ୍ଧିତ କରିଥିଲେ,ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ପାଞ୍ଚରାତ୍ର କାର୍ଯ୍ୟକ୍ରମ କରାଯାଇ ପାରିବ ସମସ୍ତେ ଚେଷ୍ଟା କରିବାକୁ କୁହାଯାଇଥିଲା , କୋଷାଧ୍ୟକ୍ଷ ସୁରେଶ ମିଶ୍ର, ଡ ନାରାୟଣ ମହାପାତ୍ର, ରବି ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ବାଳକୃଷ୍ଣ ପଣ୍ଡା, ଗୌରାଙ୍ଗ ନାୟକ ,ତନ୍ମୟ ସାହୁ, ପୁର୍ଣ୍ଣ ଚନ୍ଦ୍ରସାହୁ, ଲକ୍ଷ୍ମୀଧର ପରମାଣିକ, ପୁଷ୍ପଲତା ପ୍ରଧାନ, ରବୀନ୍ଦ୍ର ନାୟକ, ପ୍ରସନ୍ନ ମହାପାତ୍ର, ରାମଚନ୍ଦ୍ର ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ,ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଅଷ୍ଟମ ବାର୍ଷିକ ପାଳନ ଅବସରରେ ପାଞ୍ଚ ରାତ୍ର ଅନୁଷ୍ଠିତ ହେଇଥିଲା,ପୂଜ୍ୟ ମହନ୍ତ ଓ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥଙ୍କ ପ୍ରଚାରକ ପୂଜ୍ୟ ବାବା କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ଯୋଗ ଦେଈ ତାଙ୍କର ଆଶ୍ରୀବଚନ ପ୍ରଦାନ କରି ସମସ୍ତଙ୍କୁ ଆଶିର୍ବାଦ କରିଥିଲେ l

















