ସୋନପୁର ବେଳାଭୂମି ମହୋତ୍ସବ ଉଦଯାପିତ l

7
ADVERTISEMENT

ଚିକିଟି,୦୬/୦୨(ଋଷିକେଶ ବେହେରା ):-ବ୍ରହ୍ମପୁର ଆନ୍ଧ୍ର ସୀମା ଥିବା ଚିକିଟି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସୁନାପୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ତିନିଦିନ ଧରି ଚାଲିଥିବା ମହୋତ୍ସବ ଗୁରୁବାର ସନ୍ଧ୍ୟାରେ କଣ୍ଠ, ନୃତ୍ୟ କଳାକାରଙ୍କ ତାଳେ ତାଳେ ନାଚି ନାଚି ଉଦଯାପନୀ ଶେଷ ଦିବସ ଭାବେ ପାଳିତ ହୋଇଯାଇଛି। ସନ୍ଧ୍ୟାରେ ବଲିଉଡ ଜଗତର କଣ୍ଠଶିଳ୍ପୀ ଅରୁନିତା କାଞ୍ଜିଲାଲଙ୍କ ସୁନ୍ଦର ସଂଗୀତର ଯାଦୁ ଦର୍ଶକଙ୍କ ହୃଦୟ ସ୍ବର୍ଷି କରିଥିଲା। ସାକ୍ଷୀ ଗୋପାଳ ନୀଳାଦ୍ରିର ଗୋଟିପୁଅ ନୃତ୍ୟ ଗଞ୍ଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକର ଶେଷ ଭଗବାନ ଶ୍ରୀହରିଙ୍କ ଉଗ୍ରରୂପ ଦର୍ଶନ,ସମ୍ବଲପୁରୀ ନୃତ୍ୟ, ତ୍ଯାନ୍ସ “ତନ ତ୍ଯାନ୍ସ, ବ୍ରହ୍ମପୁର ଆୟାନୀ ଡ୍ୟାନ୍ସ ପର ସମ୍ବଲ ଲପୁରୀ ନୃତ୍ୟ, ବ୍ରହ୍ମପୁର ସଂସ୍କୃତି ଭବନ ଭାରତ ନାଟ୍ୟମ ପରିବେଷଣ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ବିଭିନ୍ନ ଜିଲ୍ଲା ଏବଂ ଆମନ୍ତ୍ରିତ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ କଣ୍ଠ ଯାଦୁ ଓ ସଂଗୀତ ନୃତ୍ୟକୁ ଉତ୍ସାହିତ କରିଥିଲେ । ସମ୍ମାନୀତ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା କହିଛନ୍ତି ଗାଁ ଠୁ ରାଜ୍ୟ, ଦେଶର ସଂସ୍କୃତିକୁ ବଜାୟ ରଖିବା ଏବଂ ଜନ ସାଧାରଣଙ୍କ ମନରଞ୍ଜନ ବୃଦ୍ଧି ସକାଶେ ଏହି ମୋହଉତ୍ସବ ସମସ୍ତ ଲୋକ ପ୍ରିୟତା କୁ ବେଶ ଆବୃତ କରିଥାଏ ଦୃଡ଼କ୍ତି ବଡାଈ ଥିଲେ, ଏହି ସମାହାର ରେ ଅନ୍ୟତମ ଅତିଥି ସରୋଡା ବିଧାୟକ ନୀଳମଣି ବିଷୋୟୀ,ସାଂସଦ ପ୍ରତିନିଧି ମୀନା ଧ୍ୟାନ ସାମନ୍ତରାୟ,ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସନ,ବ୍ରହ୍ମପୁର ପୋଲିସ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣ ବିବେକ, ଅତିରିକ୍ତ ଜିଲ୍ଲାପାଳ ପ୍ରମାଦ ପୃଷ୍ଟି,ବ୍ରହ୍ମପୁର ଉପଜିଲାପାଳ ଅଭିନାଶ କୁମାର,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ପ୍ରମୁଖ ମଞ୍ଚାସୀନ ଥିଲେ। ଶୃଙ୍ଖଳା,ଏବଂ ସମସ୍ତ ଦର୍ଶକଙ୍କୁ ସୁରକ୍ଷା ଜଗାଉଥିବା ଦାୟିତ୍ୱବାନ ଅଧିକାରୀ ମାନଙ୍କୁ ମଞ୍ଚ ରେ ଉପ ଡୋକନ ଦେଇ ସଂମ୍ମାନିତ କରାଯାଇଥିଲା l

Advertisement