ମୟୁରଭଞ୍ଜ ,୦୪।୦୨(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳ ଭଡ୍ରା ଛକ ନିକଟରେ ଏନସିବି ପକ୍ଷରୁ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ ଜବତ ସହ ସ୍କର୍ପିଓ ଗାଡି ଜବତ । ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ।ଏହା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରାଜାରି କରୁଥିବାବେଳେ ଉକ୍ତ ପିକଅପ ଭ୍ୟାନ ଟି କେଉଁଝରରୁ କୋବି ଭିତରେ ଗଞ୍ଜେଇ ବସ୍ତା ରଖି ବାରିପଦା ଆସୁଥିଲା ।

















