ସହରରୁ ବୁଲାଷଣ୍ଢ ଓ ଗାଈଗୋରୁଙ୍କୁ ପିକ୍ଅପରେ ଉଠାଇ ନେଉଛନ୍ତି ଦୁର୍ବୃତ୍ତ l

17
ADVERTISEMENT

ବାଲେଶ୍ୱର,୦୩/୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଳମ୍ବିତ ରାତିରେ ସହରରୁ ବୁଲା ଷଣ୍ଢ ଓ ଗାଈଗୋରୁଙ୍କୁ ପିକ୍ଅପରେ ଉଠାଇ ନେଉଛନ୍ତି କିଛି ଦୁର୍ବୃତ୍ତ l ପିକ୍ଅପ ଗାଡି ଭିତରେ ୫/୭ଜଣ ଦୁର୍ବୃତ୍ତ ଖଣ୍ଡା ଭୁଜାଲି ଧରି ଗୋରୁଙ୍କୁ ଟେକି ନେବା ଦୃଶ୍ୟ ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି । କ୍ରମାଗତଭାବେ ଅଞ୍ଚଳର ଲୋକଙ୍କ ଗୋରୁଗାଈ ଚୋରି ବୃଦ୍ଧି ଯୋଗୁ ଅସନ୍ତୋଷ ସୃଷ୍ଟି ହୋଇଛି । ଏଥିପ୍ରତି ପୁଲିସ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Advertisement