ଅଟଳ ସ୍ୱାଭିମାନ ମଞ୍ଚ ତରଫରୁ ମହୁରୀ କାଳୁଆ ପୀଠରେ ବନ୍ଧୁମିଳନ କାର୍ଯ୍ୟକ୍ରମ ।

17
ADVERTISEMENT

କୁକୁଡାଖଣ୍ଡି,୦୨/୨(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ପୀଠ ମହୁରୀ କାଳୁଆ ମାଆଙ୍କ ପୀଠ ପରିସରରେ ଅଟଳ ସ୍ୱାଭିମାନ ମଞ୍ଚର ଉଦ୍ୟମରେ ଏକ ସାମ୍ପ୍ରଦାୟିକ ବନ୍ଧୁମିଳନ କାର୍ଯ୍ୟକ୍ରମ ରାଜ୍ୟ ଅଟଳ ସ୍ୱାଭିମାନ ମଞ୍ଚର ଅଧକ୍ଷ ତଥା ରାଜ୍ୟ ଆଇନ ଯିବି ସଦସ୍ୟ କୁଞ୍ଜ ବିହାରୀ ପଣ୍ଡା ଏବଂ ମହା ସଚିବ ମଦନ ମୋହନ ପାତ୍ର ସହଯୋଗ କ୍ରମେ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ସଦସ୍ୟମାନେ ପ୍ରଥମେ ମାଆ ମହୁରୀ କାଳୁଆଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ସଂଗଠନର ଉଦ୍ଦେଶ୍ୟ, ସ୍ୱାଭିମାନ, ସାମାଜିକ ଏକତା ଓ ସଂସ୍କୃତି ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ମଞ୍ଚର ବକ୍ତାମାନେ ଯୁବପିଢ଼ୀଙ୍କୁ ଏକତାବଦ୍ଧ ହୋଇ ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା କାଁହୁ ପତି,ଅଟଳ ସ୍ୱାଭିମାନ ମଞ୍ଚର ସମ୍ପାଦକ ଆଲୋକ ଚୌଧୁରୀ, ମୀରା ଦେଓ,ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ, ବାଘଲଟି ସମିତିସଭ୍ୟା ସାରଥୀ ଗୌଡ଼,ଏ.ନନ୍ଦକିଶୋର, ଅଟଳ ସ୍ୱାଭିମାନ ମଞ୍ଚର ସମସ୍ତ କାର୍ଯ୍ୟକର୍ତା ବିଜେପିର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ରହି ସଂଗଠନର କାର୍ଯ୍ୟକଳାପକୁ ସୁଦୃଢ଼ କରିବା ନେଇ ମତବିନିମୟ କରିଥିଲେ। ସାମୂହିକ ଭୋଜନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ସମାରୋହ ଆନନ୍ଦମୟ ପରିବେଶରେ ସମାପ୍ତ ହୋଇଥିଲା ।

Advertisement