ବ୍ରହ୍ମପୁର,୦୧/୨(ଇ ରଞ୍ଜନ):-ହଳଦିଆପଦର ଓଭରବ୍ରିଜ ସାଜିଛି ଘାତକ l ଦୁର୍ଘଟଣା ପରେ ଦୁର୍ଘଟଣା ବୃଦ୍ଧି ପାଉଛି ସରକାର ଓ ପ୍ରଶାସନ ଜଳକ୍କା l ବ୍ରହ୍ମପୁର ଇଲାକାଧିନ ଗୋଶାଣୀନୁଆଁ ଗାଁ ହଳଦିଆପଦର ସେତୁ ରାସ୍ତା ଜନସାଧାରଣଙ୍କ ଘାତକ ସାଜିଛି l ନିକଟରେ ଦୁର୍ଘଟଣା ବୃଦ୍ଧି ପାଇ ବହୁ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ବେଳେ ସରକାର କିମ୍ବା ପ୍ରଶାସନ କେତେ ମୁଣ୍ଡ ଗଡୁଛି ତାହାକୁ ଜଳ୍କl ଭଳି ଚାଇଁ ବସିଛନ୍ତି କିନ୍ତୁ ବ୍ରିଜ ଉପରେ ଲୋକଙ୍କ ଯାତାୟାତର କିଭଳି ଅସୁବିଧାରେ ସମ୍ମୁଖୀନ ନହେବେ ତାହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି l ତତ୍କାଳୀନ ସରକା ରେ ସେତୁ କାର୍ଯ୍ୟ ମରଣ ଯନ୍ତାରେ କାର୍ଯ୍ୟକାରି ହୋଇଛି କିନ୍ତୁ ବର୍ତ୍ତମାନ ସରକାରରେ ଦୁର୍ଘଟଣା ରୋକିବାରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି l ଯେହେତୁ ଗତ କାଲି ଶନିବାର ଅପରାହ୍ନରେ ଯେଭଳି ଏକ ଟ୍ରକ ଆସି ପାଞ୍ଚ ଜଣ ଉପରେ ମାଡିଗଲା ଦଳାଚକଟା କରିଥିବା ଯୋଗୁଁ ଘଟଣା ସ୍ଥଳରେ ୫ ଜଣଙ୍କ ଲୋମଟାଙ୍କୁରା ମୁର୍ତ୍ୟୁବରଣକୁ ନେଇ ସାରା ଇଲାକା ସ୍ତବ୍ଧ l ସେମାନଙ୍କୁ ନେଇ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଥିଲା l ସେଠାରେ ଡାକ୍ତର ମୃତକଙ୍କ ଶବବ୍ୟବଛେଦ କରିଥିଲେ l ୫ ଜଣ ମୃତକ ହେଲେ ଦକ୍ଷିଣପୁର ଗ୍ରାମର ଶିବରାମ ଜେନା(୩୫), ଫୁଲଟା ଗ୍ରାମର ଜଗନ୍ ନାହାକ(୨୦) ଓ ରାକେଶ ନାହାକ(୨୧), ଅଯୋଧ୍ୟା ନଗର ବାସିନ୍ଦା ତଥା କୋରିୟର ବୟ ଭାବେ କାର୍ଯ୍ୟରତ ସୂର୍ଯ୍ୟ ନାରାୟଣ ପଣ୍ଡା(୪୭) ଜରଡ଼ା ଥାନା ଅନ୍ତର୍ଗତ ଭ୍ରମରପୁର ଗ୍ରାମର ସତ୍ୟନାରାୟଣ ବେଜ୍(୪୦) ।ଏମାନଙ୍କ ସମେତ କିଛି ଯୁବକ ଆହତ ହୋଇ ମେଡିକାଲ ରେ ଚିକିତ୍ସାଧିନ ଅଛନ୍ତି l ଖୁବ ଶୀଘ୍ର ମୃତକଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇଦେବା ସହ ଓବରବ୍ରିଜ ଦ୍ୱାରା ଲୋକଙ୍କ ଯାତାୟାତରେ ଯେଭଳି ପୁନଃ ମୁଣ୍ଡ ନଗଡ଼ିବ ତାହା ଉପରେ ସରକାର ଏବଂ ପ୍ରଶାସନ ତୀକ୍ଷ୍ଣ ନଜର ଲଗାଇ କାର୍ଯ୍ୟ ସମ୍ପାଦନ କରିବାକୁ ଜନ ସାଧାରଣ ଦାବି କରିଛନ୍ତି l ବ୍ରିଜ ମୁହାଁ ହେବାକୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି l ସରକାର ଏହାର ସୁଦୃଢକରଣ କରିବାକୁ ଦାବି ହୋଇଛି l
















