Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ସାତ ତାଲୁକା ଏଲମା ସମାଜର ନୂତନ କର୍ମକର୍ତ୍ତା ଚୟନ l

ସାତ ତାଲୁକା ଏଲମା ସମାଜର ନୂତନ କର୍ମକର୍ତ୍ତା ଚୟନ l

30
ADVERTISEMENT

କୁକୁଡାଖଣ୍ଡି ,୩୧/୦୧(ଇ ରଞ୍ଜନ):-କୁକୁଡାଖଣ୍ଡି ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଜି ଏଲମା ସମ୍ପ୍ରଦାୟ ର ସମସ୍ତ ତାଲୁକା ର ସଦସ୍ୟ ମାନଙ୍କୁ ନେଇ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ସୀମା ତଟବର୍ତ୍ତୀ ପୋଡ଼ସୀ ଆନ୍ଧ୍ରପ୍ରଦେଶର 7ଟି ଗ୍ରାମର ସଦସ୍ୟ ଏବଂ ଦକ୍ଷିଣ ଓଡିଶା ଗଞ୍ଜାମ ଜିଲ୍ଲାର ୫୫ଟି ଗ୍ରାମର ସାତ ତାଲୁକାର ସମସ୍ତ ଏଲମା ସମାଜର ସଭାପତି, ସମ୍ପାଦକ, କୋଷାଧକ୍ଷ ମିଳିତ ଭାବେ ଏହି ବୈଠକ ରେ ଉପସ୍ଥିତ ଥିଲେ l ଏହି ବୈଠକ ସମସ୍ତ ଏଲମା ସମାଜର ସଦସ୍ୟ ମାନେ ମନ ରେ ଭାଇଚାରା ସୃଷ୍ଟି କରି ସମାଜର କିଭଳି ଅଗ୍ରଗତି ହେବା ସହ ସମାଜ ର ନାମ ସରକାରଙ୍କ ନିକଟରେ ପଞ୍ଜିକୃତ କରିବା ସହ ସରକାରଙ୍କ ପାଠ ପଡା ରେ ସ୍କଲାରସିପ, ନିଯୁକ୍ତି କ୍ଷେତ୍ରରେ କିଭଳି ତାଲିକା ଭୁକ୍ତ ହେବେ ତାହା ନେଇ ସମଗ୍ର ଦେଶ ରେ ଓବିସି ତାଲିକା ରେ ପଞ୍ଜିକୃତ ଦ୍ୱାରା ସରକାର ଙ୍କ ଓବିସି ପାହ୍ୟା ରେ ତାଲିକା ଭୁକ୍ତ ହେବେ ତାହା କୁ କର୍ମକର୍ତ୍ତା ମାନେ ଆପ୍ରାଣ ପ୍ରଚେଷ୍ଟା ଜାରି ରଖିବେ ବୋଲି ବୈଠକ ରେ ମତବ୍ୟକ୍ତ କରିଥିଲେ l

ଏହି ବୈଠକ ରେ ନୂତନ ସାତ ତାଲୁକା ଚୟନ କମିଟିରେ l ସଭାପତି ସାକା ସୁଜିତ କୁମାର ଉପସଭାପତି କେ. ଦୁର୍ଗାପ୍ରସାଦ,ସମ୍ପାଦକ ଇପିଲି ଋଷିଆ,ସହ ସମ୍ପାଦକ – ଆଲୁ ସାକିଲି,କୋଷାଦକ୍ଷ – ବାଇ ରାମଚନ୍ଦ୍ର ଆବାହକ – ଡି. ବିଶ୍ଵନାଥ, ଏନ.ରଘୁନାଥ, ଆର. ମାଧବ ନାଇଡ଼ୁ, ବାଇରୀ ନିରଞ୍ଜନ, ଅଦଲ ନନ୍ଦକିଶୋର, ବାତିନି ଧର୍ମା ରାଓ, ଇପିଲି କ୍ରିଷ୍ଣା ରାଓ (ଜିଲ୍ଲା ପରିଷଦ, ଶ୍ରୀକାକୁଲମ ଜିଲ୍ଲା, ଅନ୍ଧ୍ରପ୍ରଦେଶ)ଏହି ବୈଠକରେ ମୁମ୍ବାଇ ଉତ୍କଳ ଏଲମା ମହା ସମାଜର ସଭାପତି ପନାଡ଼ ଶ୍ୟାମ ଘନ ସମ୍ପାଦକ ବୋଦଲ ରାଜେନ୍ଦ୍ର, ତାଲୁକା ର ସଭାପତି ବି. ରବି, ଏ. ସୁଦର୍ଶନ, ଇ. ସୁଦର୍ଶନ, ଏ. ନନ୍ଦ କିଶୋର, ଆର. ଦିନ ବନ୍ଧୁ, ମାଣ୍ଡା. ଶ୍ୟାମବାବୁ, ଆର. ମାଧବଙ୍କ ସମେତ କମିଟି ଏସ ଦଣ୍ଡପାଣି ମଧ୍ୟ ଯୋଗ ଦେଇଥିଲେ l

Advertisement