ଏଆଇ ଭିଡିଓ ଫିଲ୍ମ କାହାଣୀ ଦାଶିଆ ଙ୍କ ତିରୋଧାନ ଦିବସରେ ଦାଶିଆ ପୀଠ ବାଲିଗାଁରେ ଲୋକାର୍ପିତ l

16
ADVERTISEMENT

ଭୁବନେଶ୍ୱର,୩୦/୦୧(ଲିପିକା ରାଣୀ ରାଉତ):-ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଦାଶିଆଙ୍କ ତିରୋଧାନ ଦିବସ ଅବସରରେ ଭକ୍ତ ଶିରୋମଣି ଦାଶିଆ ଓ କରମାବାଇ ଖେଚୁଡ଼ି ଏଆଇ ଭିଡ଼ିଓ ଫିଲ୍ମ କାହାଣୀ ଦାଶିଆ ପୀଠ ବାଲିଗାଁ ଠାରେ ୟୁ ଟ୍ୟୁବ ରେ ଲୋକାର୍ପିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂଜ୍ୟ ମହନ୍ତ ରାମ କୃଷ୍ଣ ଦାସ ମହାରାଜ, ସଭାପତି ଶ୍ରୀମତୀ ପ୍ରତିଭା ମହାରଥୀ, କାର୍ଯ୍ୟକାରୀ ସଭାପତି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ସୁରେଶ କୁମାର ମିଶ୍ର, ତ୍ରିଲୋଚନ ନାୟକ ବିଜୟ ପଣ୍ଡା ଭାରତୀ ଭୂଷଣ ପଟ୍ଟନାୟକ ଶ୍ରୀନିବାସ ରାଓ ଚକ୍ରଧର ମାଝୀ ଦିବ୍ୟ ରଞ୍ଜନ ପଟ୍ଟନାୟକ ଦିଲ୍ଲୀପ ମହାନ୍ତି ଓ ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ଓ ଗ୍ରାମବାସି ମାନେ ଉପସ୍ଥିତ ଥିଲେl

ଏହି ଅବସରରେ ରୋଟାରୀ କ୍ଲୁବ ପକ୍ଷରୁ ଭିନ୍ନ କ୍ଷମ ପୁରୁଷ ଓ ମହିଳା ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇ ଦାଶିଆ ପିଠ ର ପତ୍ରିକା ଉନ୍ମୋଚନ କରାଯାଇ ଥିଲା ,ପରି ଶେଷରେ ଭକ୍ତ ଦାଶିଆଙ୍କ ବିଷୟରେ ସମସ୍ତେ ଆଲୋଚନା କରିଥିଲେ ଡ଼ ନାରାୟଣ ମହାପାତ୍ର ।

Advertisement