ପ୍ରବାସୀ ଓଡ଼ିଆ ସଂସ୍ଥା KBSS ଦ୍ୱାରା ଗୁରୁଗ୍ରାମରେ ସରସ୍ବତୀ ପୂଜା ପାଳନ l

19
ADVERTISEMENT

ଭୁବନେଶ୍ୱର,୩୦/୦୧(ଲିପିକା ରାଣୀ ରାଉତ):-ରାଷ୍ଟ୍ରୀୟ ରାଜଧାନୀର ଅଗ୍ରଣୀ ସାମାଜିକ ସଂସ୍ଥା ” କଳିଙ୍ଗ ବୀର ସେବା ସଂଗଠନ ” {KBSS} ଦ୍ୱାରା ସେକ୍ଟର- ୨୧, ଗୁରୁଗ୍ରାମ ଠାରେ ଗତ ୨୩ରୁ ୨୫ ଜାନୁଆରୀ ତିନି ଦିନ ଧରି ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ ମା ସରସ୍ବତୀ ଙ୍କର ପୂଜା ବଡ ଧୁମ ଧାମରେ ପାଳନ କରାଯାଇଅଛି Iପ୍ରଥମ ଦିନ ସନ୍ଧ୍ୟା ରେ ଛୋଟ ପିଲା ମାନଙ୍କ ଦ୍ୱାରା ଚିତ୍ରାଙ୍କନ,ନୃତ୍ୟ ,ଗୀତ,କୁଇଜ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମ ରେ ନିଜର ମାତୃଭାଷା ଓ ମାତୃଭୂମି ବିଷୟରେ ସଚେତନ ବାର୍ତା ର ଆୟୋଜନ କରା ଯାଇଥିଲା I ଦ୍ଵିତୀୟ ସନ୍ଧ୍ୟା ରେ ହେମନ୍ତ ସେନାପତି ଟିମ ଦ୍ୱରା ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା ତୃତୀୟ ଦିନ ସନ୍ତୋଷ ରାଉତ ଙ୍କ ସୁର ମଲହାର ଟିମ ଦ୍ୱାରା ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହ ଓଡିଶାର ନାମୀ ଦାମୀ କଣ୍ଠ ଶିଳ୍ପୀ ଶର୍ମିଷ୍ଠା ସରକାର ଯୋଗଦେଇ କାର୍ଯ୍ୟକ୍ରମ କରାଯାଇଥିଲା I ପ୍ରତିଦିନ ସନ୍ଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା I ସଂସ୍ଥାର ସଭାପତି ମନୋଜ ସାହୁ ଏବଂ ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ରାସ୍ତା କଡରେ ପଥଚାରୀ ମାନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ବିତରଣ କରା ଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଦୁଇ ରୁ ତିନି ହଜାର ପ୍ରବାସୀ ଓଡ଼ିଆ ଏକତ୍ରିତ ହୋଇ ଉଭୟ ଦିନ ମା ସରସ୍ବତୀ ଙ୍କର ଆଶୀର୍ବାଦ ନେବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ , ତଥା ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ର ଆନନ୍ଦ ଲାଭ କରିଥିଲେ I ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସମାଜ ସେବି ଅକ୍ଷୟ ସାମଲ , ସଞ୍ଜୟ ଦାସ ,ଡାକ୍ତର ରଜନିଷ,ରଂଜିତ ପ୍ରସାଦ,ପ୍ରଭାକର ପାଲ,ରାକେଶ ଲାମ୍ବା, ପ୍ରକାଶ ୟାଦବ, ନିତ୍ୟାନନ୍ଦ ରାଉତ, ପ୍ରମୋଦ ବଳ,ମନରଞ୍ଜନ ମହାନ୍ତି, ଦିପକ ରତ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେl ଆଗାମୀ ଦିନରେ ଏହି ସଂସ୍ଥା , ଗଣା ରକ୍ତ ଦାନ ଶିବିର ,ମାଗଣା ସ୍ୱାସ୍ଥ ସେବା ତଥା ଗୋ-ସେବା ଉପରେ କଳିଙ୍ଗ ବୀର ସେବା ସଙ୍ଘଠନ ପରିବାର ଗୁରୁତ୍ୱ ନେବେ କହିଥିଲେ I ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରାଇବା ପାଇଁ ସଂସ୍ଥାର ସଭାପତି ମନୋଜ ସାହୁ, ସମ୍ପାଦକ ଅନିଲ ଜେନା ,କୋଷାଧକ୍ଷ ସୁଧାଂଶୁ ସାହୁ, ସୁରେନ୍ଦ୍ର ମାଣିକ, ପ୍ରଶାନ୍ତ ନାଥ, ଉମେଶ ନାୟକ, ସନ୍ତୋଷ ପରିଡା,ଶିବ ପ୍ରସାଦ, ନିଷ୍ଠା ରାଣା, ଜୟନ୍ତ, ଗୋପୀ ନାଥ, ଅସିତ ମଲ୍ଲିକ , ସାଗର ନାୟକ , ମହେନ୍ଦ୍ର ଦାସ ,ବିକ୍ରମ ପରିଡା, ଉମେଶ ନାୟକ, ବସନ୍ତ ବିଶ୍ୱାଳ, ,ନବ କିଶୋର ପାତ୍ର, ଉଦୟ ରାଉତ, ସଂଗ୍ରାମ ଦାସ , ସମୀର ଦାସ, ଜଗନ୍ନାଥ ଦଳାଈ, ଅଭିରାମ ଦାସ, ସଞ୍ଜୟ ବେହେରା , ପୀତବାସ ବେହେରା, ଗୌତମ ଝା , ଅମର ବେହେରା,ପ୍ରଶାନ୍ତ ରାଉତ,ରାକେଶ,ଶିବଶଙ୍କର, ଉଦୟ ନାଥ,ଜୋତୀ ରଞ୍ଜନ, ପ୍ରଦୀପ୍ତ ସେଠି,ସୁଶୀଲ ମହାଲ୍ଲିକ,ସୋମଲ୍ଲିନ ଦାସ, ଚିତ୍ତରଞ୍ଜନ,ଅଭୟ କୁମାର,ଏବଂ ସମସ୍ତ ସଭ୍ୟ ମାନଙ୍କର ବିଶେଷ ଭୂମିକା ରହିଛି I

Advertisement