ଜଗଦଳପୁର ପଞ୍ଚାୟତରେ ଗଣତନ୍ତ୍ର ଦିବସରେ ବିକାଶ ମୂଳକ କାର୍ଯ୍ୟର ଆଲୋଚନା l

17
ADVERTISEMENT

କୁକୁଡାଖଣ୍ଡି,୨୭/୦୧(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ତ୍ରିରଙ୍ଗା ପତ୍ତକା କୁ ରାଷ୍ଟ୍ରର ମର୍ଯ୍ୟାଦା କ୍ରମେ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଉତ୍ତଳନ କରିଥିଲେ l ପରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା ମେରା ଗାଁ ମେରୀ ବିକାଶ ବିଭିନ୍ନ ଉନୟନ କାର୍ଯ୍ୟର ବିକାଶ ଏବଂ ଐତିହାସିକ, ପରମ୍ପରା, ସଂସ୍କୃତି, ଇତିହାସ,ଲୋକ କଳା, ଲୋକ ସଂଘୀତ,ପୂଜା ପାଠ କିପରି ବଜାୟ ରହିବା ସହ ମହିଳା ସଶକ୍ତି କରଣ, କିଶୋରୀ ବାଳିକାଙ୍କ ଯତ୍ନ, ଏହା ସହ ଗ୍ରାମରେ ଥିବା ସମସ୍ତ ସରକାରଙ୍କ ପକ୍ଷ ରୁ ଯୋଗାଇ ଦିଆଯାଇଥିବା ଅନ୍ତର୍ଦୟ ଯୋଜନା ରେ ପାଇଥିବା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଉଦୟ ଯୋଜନା ରେ ସୋଲାର ସେଲ ଯୋଗାଇଦେବା ଭଳି ଜି ରାମ ଜି ଯୋଜନା, ସିଏଫସି, ଏସଏଫସି ଦ୍ୱାରା ବିକାଶ ଉପରେ ଆଲୋଚନା ଏବଂ ବୁଲା କୁକୁର ଦ୍ୱାରା ସମସ୍ୟା ଉପରେ ଗୁରୁତ୍ୱରାପ ଦିଆଯାଇଥିଲା l

କୁକୁର ମାନଙ୍କ ବନ୍ଦ୍ୟା କରଣ, ଟୀକା ଦିଆଯିବା ଉପରେ ପ୍ରାଥମିକତା ଦିଆଯିବା ସହ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ରୋକିବା,ଇତ୍ୟାଦି କୁ ଦୃଷ୍ଟି ରେ ରଖି କାର୍ଯ୍ୟକ୍ରମ ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା ଏଥିରେ ସ୍ଥାନୀୟ ୧0ନଂ ଜୋନର ଜିଲ୍ଲା ପରିଷଦ ଭାରତୀ ନାୟକ, ସମିତିସଭ୍ୟା ବି. ରବୀନ୍ଦ୍ର ନାଥ ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ଭlହୀ ଅଧିକାରୀ ତନ୍ମୟୀ ପଟ୍ଟନାୟକ, ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ନିରଞ୍ଜନ ବେହେରା,ବ୍ୟାଙ୍କ ଅଫ ବରଦା ବ୍ରଜନଗର ଶାଖାର ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଙ୍କ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅଙ୍ଗନବାଡି ଓ ଆଶା କର୍ମୀ, ଓ କିଶୋରୀ ବାଳିକା ଏବଂ ଗ୍ରାମବାସି ଉପସ୍ଥିତ ଥିଲେ l

Advertisement