ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ l

16
ADVERTISEMENT

ଭୁବନେଶ୍ୱର,୨୩/୦୧(ଡ଼ି.ଏଚ ବ୍ୟୁରୋ):-ଆଜି ହେଉଛି ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ l ଏହି ଅବସରରେ ନେତାଜୀଙ୍କୁ ସମଗ୍ର ଦେଶବାସୀ ମନେପକାଇବା ସହ ପରାକ୍ରମ ଦିବସ ପାଳନ କରୁଛନ୍ତି । ସତ୍ୟ, ଶିବ ଓ ସୁନ୍ଦରର ଉଚ୍ଚ ଆଦର୍ଶ ଦ୍ବାରା ସଞ୍ଚାଳିତ ନେତାଜୀଙ୍କ ପରାକ୍ରମର କାହାଣୀ ଯାହା ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି l ସେହିଭଳି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମଜୟନ୍ତୀ ଉପଲକ୍ଷେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ଓଡ଼ିଶା ଆସି ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀ ସଂଗ୍ରାହାଳୟ ପରିଦର୍ଶନ କରିଛନ୍ତି । ଏଥିରେ ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖମନ୍ତ୍ରୀ ମୋହନ ଚରଣ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।

Advertisement