କୁକୁଡାଖଣ୍ଡି,୨୩/୦୧(ଇ ରଞ୍ଜନ):-କୁକୁଡାଖଣ୍ଡି ପି ଏମ ଶ୍ରୀ ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ନିମଖଣ୍ଡି ଠାରେ ଜାନୁଆରୀ ୨୨ ତାରିଖ ଗୁରୁବାର ଦିନ ୨୦୨୫-୨୬ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ଉତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ କୁକୁଡାଖଣ୍ଡି ତହସିଲଦାର ଶ୍ରୀ ରାଜ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କୁ ସହ ଶୈକ୍ଷିକ ଦିଗରେ ମନନୀବେଶ କରିବାକୁ ପରାମର୍ଶ ଦେଇଥିଲେ।

ଉକ୍ତ ଉତ୍ସବରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପିଲାମାନଙ୍କୁ ଭଲ ମଣିଷ ଭାବରେ ନିଜକୁ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ।ଏଥିରେ ସ୍ୱତନ୍ତ୍ର ସମ୍ମାନିତ ଭାବେ ଗଣ୍ଡଳା ବିଜ୍ଞାନ ମହାବିଦ୍ୟାଳୟର ଅର୍ଥିନୀତି ବିଭାଗର ଅଧ୍ୟାପକ ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ପିଲାମାନଙ୍କୁ ଉତ୍ତମ ଜୀବନ ଚର୍ଯ୍ୟା ବିଷୟରେ ଆଲୋକପାତ କରିଥିଲେ।ନିମଖଣ୍ଡି ସମିତି ସଭ୍ୟା ଶ୍ରୀମତୀ ବିଷ୍ଣୁ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ଉପଲକ୍ଷେ ପୂର୍ବରୁ କରାଯାଇଥବା ବିଭିନ୍ନ ସହ ଶୈକ୍ଷିକ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ଶେଷରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା ପରିଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।ଏଥିରେ ଆମ ବିଦ୍ୟାଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ପ୍ରାଣରେ ସହଯୋଗ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l

















