ଭୁବନେଶ୍ୱର,୧୯/୦୧(ଲିପିକା ରାଣୀ ରାଉତ):-ଆଗକୁ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ। ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଥାଏ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ ପର୍ବ ସ୍ନାନଯାତ୍ରା ଲାଗି ଆଗକୁ ଶ୍ରୀମନ୍ଦିର ବେଶ୍ ଉତ୍ସବ ମୁଖର ତଥା ଚଳଚଞ୍ଚଳ ହେବ,ସ୍ନାନମଣ୍ଡପରେ ବିରାଜମାନ ହେବା ପୂର୍ବରୁ ଶ୍ରୀଜୀଉମାନଙ୍କର ବିଶେଷ ନୀତି ସେନାପଟା ଲାଗି ନୀତି ଶ୍ରୀମନ୍ଦିରର ସେବାୟତମାନଙ୍କ ଦ୍ୱାରା ସୂଚାରୁରୂପେ ସମ୍ପନ୍ନ ହୋଇଥାଏ,ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୁର୍ଣିମା ଲାଗି ଶ୍ରୀମନ୍ଦିରରେ ସେବାୟତମାନଙ୍କ ମଧ୍ୟରେ ବେଶ୍ ତତ୍ପରତା ପରିଲକ୍ଷିତ ହୋଇଥାଏ ଏପଟେ ମହାପ୍ରଭୁ ଙ୍କ ସେବା ପାଇଁ ରାଘବ ଦାସ ମଠ ଏବଂ ଗୋପାଳତୀର୍ଥ ମଠ ମଧ୍ୟ ବେଶ୍ ଚଳଚଞ୍ଚଳ ହୋଇଥାଏ ଆମ ପରମ୍ପରା ଅନୁସାରେ ସ୍ନାନବେଦୀକୁ ଆସିବା ପୂର୍ବରୁ ଚଦୁର୍ଦ୍ଧା ମୂର୍ତ୍ତି ଟାହିଆ ହଲେଇ ପହଣ୍ଡି କରି ରତ୍ନବେଦୀରୁ ଆସିବେ । ଏହି ପହଣ୍ଡି ସମୟରେ ଶ୍ରୀଜଗନ୍ନାଥ ଓ ମାଆ ସୁଭଦ୍ରାଙ୍କର ଯେଉଁ ଅପୂର୍ବ ଟାହିଆ ମୁଣ୍ଡରେ ପିନ୍ଧିବେ ସେହି ଟାହିଆକୁ ପ୍ରସ୍ତତ ହୋଇଥାଏ ରାଘବ ଦାସ ମଠରେ । ସେହିପରି ଗୋପାଳତୀର୍ଥ ମଠରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଟାହିଆ ପ୍ରସ୍ତୁତି ହୋଇଥାଏ ।୧୦୮ ଗରାରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି । ତା’ପରେ ଅଣସର ପିଣ୍ଡିରେ ତାଙ୍କର ଜଡ଼ିବୁଟିରେ ଚିକିତ୍ସା କରିଥାନ୍ତି ରାଜବୈଦ୍ୟ । ଏହି ସମୟରେ ବ୍ରହ୍ମଗିରୀରେ ଥିବା ଅଲାରନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଅସଂଖ୍ୟ ଭକ୍ତବୃନ୍ଦ । ତା’ପରେ ଆଷାଢ ଶୁକ୍ଳ ଦିତୀୟାରେ ମହାପ୍ରଭୁ ବଡ଼ଭାଇ ଓ ଭଉଣୀଙ୍କ ସହିତ ମାଉସୀ ଘରକୁ ରଥରେ ଯାତ୍ରା କରିବେ । ଏହି ରଥଯାତ୍ରା ଦେଖିବାକୁ ସାରା ବିଶ୍ୱର ଅଗଣିତ ଭକ୍ତମାନେ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥାନ୍ତି ।ପୂଜ୍ୟ ଗଜପତି ମହାରାଜ ଙ୍କ ଉକ୍ତି ଅନୁଯାଇ ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତୀକ୍ରମ, ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରଭୁ ଙ୍କ ନିର୍ଦେଶ ଅଛି, କିଛି ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଏକ ଅପପ୍ରଚାର ଓ ଅବମାନନା କରି ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା କରୁ ଛନ୍ତି, ରଥଯାତ୍ରା ଓ ସ୍ନାନ ଯାତ୍ରା ବର୍ଷ ସାରା କରି ହେବ ନାହିଁ, ନିତ୍ୟ- ନିତି -ସହିତ କୌଣସି ବୁଝାମଣା କରାଯାଇ ପାରିବ ନାହିଁ, ମହାପ୍ରଭୁ ଙ୍କ ନିତି ଅପରିବର୍ତ୍ତନୀୟ,ଏହି ବିଷୟରେ ଆମକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ ମହାପ୍ରଭୁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ,ଜଗତର କଲ୍ୟାଣ ହେଉ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ l

















