Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ପି ଏମ ଶ୍ରୀ ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ...

ନିମଖଣ୍ଡି ପି ଏମ ଶ୍ରୀ ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ।

36
ADVERTISEMENT

ନିମଖଣ୍ଡି,୧୮।୦୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ପି ଏମ ଶ୍ରୀ ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିସରରେ ଚଳିତବର୍ଷ ୧୬ ଓ ୧୭ ଦୁଇ ଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ କ୍ରୀଡା ପ୍ରଶିକ୍ଷଣ ଶିକ୍ଷୟିତ୍ରୀ ରଶ୍ମିତା କୁମାରି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ନିମଖଣ୍ଡି ସରପଞ୍ଚ ଶଶୀ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ନିମଖଣ୍ଡି ସମିତି ସଭ୍ୟା ବିଷ୍ଣୁ ବେହେରା ଓ ଗଂଜାମ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଭାଗିରଥି ସ୍ୱାଇଁ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ନିମଖଣ୍ଡିସ୍ଥ ଚନ୍ଦ୍ର ଶେଖର ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ସେଠାରୁ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରାଯାଇଥିଲା।ପରେ ପତାକା ଉତ୍ତୋଳନ କରି ଶପଥ ପାଠ ପୂର୍ବକ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଉଦଯାପନୀ ସମାରୋହରେ ରଗବି ବିଶ୍ୱକପ ଖେଳାଳୀ ତଥା ବର୍ତ୍ତମାନ ପରେଷ୍ଟ ରେଞ୍ଜର ଥିବା ଭାଗ୍ୟଲକ୍ଷ୍ମୀ ବାରିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କ ଠାରେ କିପରି କ୍ରୀଡା ପ୍ରତିଭାର ବିକାଶ ହୋଇ ପାରିବ ବୁଝାଇଥିଲେ। ଏହି ଉତ୍ସବରେ ନିମଖଣ୍ଡି ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ପାଢ଼ୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୁଷ୍ପାଞ୍ଜଳି ସାହୁ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ୧୯ ତି ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ମନନିତ୍ ହୋଇ କ୍ରିଡ଼ା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ ଇତି ମଧ୍ୟରେ ୧୩ ଜଣ ଛାତ୍ରଛାତ୍ରି ରଜ୍ୟ ସ୍ତରରୁ ୧୩ ଜଣ ବିଜୟୀ ହୋଇ ୩ ଜଣ ଶ୍ରୀୟା ସାହୁ, ଆଲୋକ କୁମାର ସାହୁ, ରୁଦ୍ର ପ୍ରସାଦ ପଟ୍ଟନାୟକ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ପଦକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ସହଯୋଗ କରିବା ସହ ନିକଟସ୍ଥ ଚାରୋଟି ବିଦ୍ୟାଲୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

Advertisement