Wednesday, August 26, 2026
ADVERTISEMENT
Home ଆଞ୍ଚଳିକ ଇସି ମେମ୍ବରଙ୍କ ଦକ୍ଷତା ବିକାଶ ସହ ବନ୍ଧୁ ମିଳନର କାର୍ଯକ୍ରମ ରେ ଯୋଗଦେଲେ ବିଧାୟକ l

ଇସି ମେମ୍ବରଙ୍କ ଦକ୍ଷତା ବିକାଶ ସହ ବନ୍ଧୁ ମିଳନର କାର୍ଯକ୍ରମ ରେ ଯୋଗଦେଲେ ବିଧାୟକ l

39
ADVERTISEMENT

କୁକୁଡ଼ାଖଣ୍ଡି,୧୭/୦୧(ଇ ରଞ୍ଜନ):-ଇଂରାଜୀ ନବବର୍ଷ ଉପଲକ୍ଷେ କୁକୁଡାଖଣ୍ଡି ବ୍ଲକର ସମସ୍ତ ଇସି ମେମ୍ବର ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କୁକୁଡାଖଣ୍ଡି ଦଳପତି କଲ୍ଯାଣ ମଣ୍ଡପରେ ଅନୁଷ୍ଟିତ ହୋଇଯାଇଛି I ବିଏଲଏଫ୍ ସଭାନେତ୍ରୀ ସାଗରିକ ବେହେରାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଇ ସି ମହିଳା ସଶକ୍ତିକରଣ ଓ ସ୍ଵାବଲମ୍ବୀନକୁ ନେଇ ଗୁରୁତ୍ଵପୂର୍ଣ ଆଲୋଚନା କରିବା ସହ ନବବର୍ଷର ଶୁଭେଛା ଜଣାଇଛନ୍ତି | ଶ୍ରୀ ମହାପାତ୍ର ମତପ୍ରକାଶ କରିବାର ତାତ୍ପର୍ଯ୍ୟ ଏହା ଯେ ମହିଳାମାନେ ଆଜି ସମାଜର ସର୍ବ ପରି ଏକ ପୁରୁଷଙ୍କ ପରି ତାଙ୍କର ମଧ୍ୟ ଆତ୍ମ ନିର୍ଭରଶିଳ ସହ ନିଜର ବିକାଶ ସମାନ ଭାବେ ଆଗକୁ ବଢୁଛନ୍ତି ଏବଂ ରୋଜଗାର ମୂଳକ କାର୍ଯ୍ୟ ମାଧ୍ୟମରେ ନିଜକୁ ସ୍ଵାବଲମ୍ୱି କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଅଧିକାରୀ କୁସୁମ ସାହୁ, ବିପିଏମ୍ ସଞ୍ଜୁ ସାହୁ, ବିପିସି ଶ୍ରୀରାମ ପଣ୍ଡା, ବିପିଏ ସାଗରିକା ଦେବୀ,, ଲଳିତ ମୋହନ ବିଷୋୟୀ, ଗୌତମ ମହାରଣା, କୋଟି ଲକ୍ଷ୍ମୀ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ I ମହିଳାମାନଙ୍କୁ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ସାମଗ୍ରୀ ତିଆରି କରି ନିଜ ଚାହିଦା ବଜାରରେ କିପରି ନିଜର ଏକ ପରିଚୟ ସୃଷ୍ଟି କରାଯାଇପାରିବ ସେ ନେଇ ଶ୍ରୀରାମ ପଣ୍ଡା ମହିଳାଙ୍କୁ ସଚେତନ କରିଥିଲେ l

Advertisement