ଗଞ୍ଜାମ ଜିଲ୍ଲାରେ ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଏକକାଳୀନ ଚଢାଉ ।

20
ADVERTISEMENT

ବ୍ରହ୍ମପୁର,୧୬/୦୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ଆସିକା ଅଞ୍ଚଳରେ ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଏକକାଳୀନ ଚଢାଉ । ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ଘରେ ଇଡି ପକ୍ଷରୁ ଚଢାଉ ଜାରି ଥିବାବେଳେ ବ୍ରହ୍ମପୁର ଅମ୍ବିକା ନଗରରେ ରହୁଥିବା ତାଙ୍କ ପୁଅ ସଚିନ ପାଢୀଙ୍କ ଘରେ ମଧ୍ୟ ଇଡିର ଚଢାଉ ଜାରି ରହିଛି।ସେହିପରି ଆସିକ ବ୍ଲକ ଖାରିଆ ସରପଞ୍ଚ ଓ ତାଙ୍କ ସ୍ୱାମୀ ମଦ ଓ ବାଲି ବ୍ୟବସୟୀ ଭଗବାନ ସାହୁଙ୍କ ବାସଭବନରେ ଇଡି ପକ୍ଷରୁ ଚଡଉ ଜାରି ଥିବା ବେଳେ ବ୍ରହ୍ମପୁର ଲାଞ୍ଜିପଲ୍ଲି ଉମନଗର ଅଞ୍ଚଳରେ ଥିବା ଗଞ୍ଜାମର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ଇଡି ପକ୍ଷରୁ ଚଢଉ ଜାରି କରାଯାଇଛି ବୋଲି ସୂଚନା ମିଳିଛି ।

Advertisement