ରଙ୍ଗେଈଲୁଣ୍ଡା ବ୍ଲକ ସ୍ଥିତ ଗଞ୍ଜୁ ଗ୍ରାମରେ ଜାତୀୟ ଯୁବ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି।

20
ADVERTISEMENT

ବ୍ରହ୍ମପୁର,୧୫/୦୧(ଋଷିକେଶ ବେହେରା ):-ରଙ୍ଗେଈଲୁଣ୍ଡା ବ୍ଲକ ସ୍ଥିତ ଗଞ୍ଜୁ ଗ୍ରାମରେ ସାମହିତା ପ୍ରକଳ୍ପର ଉଦ୍ୟମରେ ଜାତୀୟ ଯୁବ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର ଏମ. ଶରିଫ, ସାମାଜିକ କର୍ମୀ ସତ୍ୟନାରାୟଣ ମିଶ୍ର, ଗଞ୍ଜୁ ସରପଞ୍ଚ, ସ୍କିଲ୍ ଇଣ୍ଡିଆର ପ୍ରତିନିଧି ହୃଷିକେଶ, ସାମହିତା ପ୍ରକଳ୍ପର ଜିଲ୍ଲା ସମନ୍ୱୟକ ନିଶିକାନ୍ତ ମହାପାତ୍ର ଏବଂ ସାମହିତା ପ୍ରକଳ୍ପର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଅତିଥିମାନେ ଯୁବ ସଶକ୍ତିକରଣ, ସାମାଜିକ ଦାୟିତ୍ୱ ଓ ଦେଶ ଗଢ଼ାଣରେ ଯୁବଶକ୍ତିର ଭୂମିକା ଉପରେ ମତ ପ୍ରକାଶ କରିଥିଲେ। ଡାକ୍ତର ଏମ. ଶରିଫ ଯୁବମାନଙ୍କୁ କ୍ୟାରିୟର କାଉନସେଲିଂ ଦେଇ ଭବିଷ୍ୟତ ପାଇଁ ଦିଗ୍ଦର୍ଶନ କରିଥିଲେ। ପରେ ଯୁବମାନଙ୍କ ଦ୍ୱାରା ଗ୍ରାମରେ ପ୍ଲଗିଂ ରାନ୍ କରାଯାଇ ପରିସ୍କାରତା ଓ ପରିବେଶ ସଚେତନତାର ସନ୍ଦେଶ ଦିଆଯାଇଥିଲା। କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।

Advertisement