ଘୁଞ୍ଚିଲା ବ୍ରହ୍ମପୁର ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ ।

17
ADVERTISEMENT

ବ୍ରହ୍ମପୁର,୧୫/୦୧(ଋଷିକେଶ ବେହେରା ):-ଘୁଞ୍ଚିଲା ବ୍ରହ୍ମପୁର ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ । ଜାନୁଆରୀ ୨୨ ତାରିଖ ବଦଳରେ ଆସନ୍ତା ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ ।୪ ଦିନ ଧରି ଏହି ବେଳାଭୂମି ମହୋତ୍ସବ ଚାଲିବ। ଗୋପାଳପୁର ବେଳାଭୂମି ମହୋତ୍ସବକୁ ନେଇ ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ରାଜ୍ୟପାଳଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ ହେବ ।ଏବଂ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ଉଦଯାପିତ ହେବ ।

Advertisement