ADVERTISEMENT
Home ଆଞ୍ଚଳିକ ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଖାଳ ଭୋଗ ଓ ଅନ୍ୟ AI ଭିଡ଼ିଓ ଫିଲ୍ମ କାହାଣୀ ଲୋକାର୍ପିତ...

ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଖାଳ ଭୋଗ ଓ ଅନ୍ୟ AI ଭିଡ଼ିଓ ଫିଲ୍ମ କାହାଣୀ ଲୋକାର୍ପିତ l

36
ADVERTISEMENT

ଭୁବନେଶ୍ୱର,୧୫/୦୧(ଲିପିକା ରାଣୀ ରାଉତ ):-ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ପଖାଳ ଭୋଗ, ଶ୍ରୀ ମନ୍ଦିର ରେ ପଇତା ଲାଗି ନୀତି, ବାଇଶି ପାହାଚ ଶ୍ରୀମନ୍ଦୀର ପୁରୀ ଓ AI ଡିଜିଟାଲ ରେ କରାଯାଇ ଥିବା ଅନ୍ୟ ଭିଡ଼ିଓ ଫିଲ୍ମ୍ ପବିତ୍ର ମକର ସଂକ୍ରାନ୍ତି ଅବସର ରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ୟୁ ଟବ୍ ରେ ଲୋକାର୍ପଣ କରଯାଇଛି* ସଦସ୍ୟ ଦୀପକ ରାଉତଙ୍କ ବ୍ୟବସାୟିକ ଅନୁଷ୍ଠାନର ବାର୍ଷିକୀ ପାଳନ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ, ଡ ନାରାୟଣ ମହାପାତ୍ର ଓ ସଦସ୍ୟ ସୁବାସ ଜଗତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବ ରେ ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥ ଙ୍କ ପଖାଳ ଭୋଗ, ଶ୍ରୀ ମନ୍ଦିର ରେ ପଇତା ଲାଗି ନୀତି, ଶ୍ରୀ ମନ୍ଦିର ର ବାଇଶି ପାହାଚ ଓ AI ରେ କରାଯାଇଥିବା ଭିଡିଓ କାହାଣୀ ଗୁଡ଼ିକ ୟୁ ଟବ୍ ରେ ଲୋକାର୍ପିତ କରାଯାଇଛି ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଦେବଙ୍କ ସହ ସିଧାସଳଖ ଜଡିତ ଏକ ପବିତ୍ର ପର୍ବ।ଏହି ଦିନ ସୂର୍ଯ୍ୟଦେବ ଉତ୍ତରାୟଣରେ ପ୍ରବେଶ କରନ୍ତି। ମକର ସଂକ୍ରାନ୍ତି ଦିନ ଗଙ୍ଗା ସାଗରରେ ସ୍ନାନ କରିବାକୁ ମହାପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଅତୀତରେ ଦିନରେ ପୁର ପଲ୍ଲୀରେ ଗୋଟିଏ ପରମ୍ପରା ଥାଏ ତିଳ-ଗୁଡ଼ , ମିଠା ପରି ପାରମ୍ପରିକ ମିଠା ସେବନ କରାଯାଏ ତିଳ ଶରୀରକୁ ଉଷ୍ମତା ଦେଇଥାଏ, ଗୁଡ଼ ଶୁଦ୍ଧତା ଓ ମଧୁରତାର ଭରି ଦେଇଥାଏ। ଅର୍ଥାତ୍ ସ୍ୱାସ୍ଥ୍ୟ ଭଲ ରହେ, ସମ୍ପର୍କ ମଧୁର ମୟହୁଏ। ଶ୍ରୀମତୀ ମମତା ରାଣୀ ରାଉତ ଶ୍ରୀମତୀ ଉର୍ମିଳା ଜଗତି ରେଣୁବାଳା ରାଉତ ଦିଲ୍ଲିପ ରାଉତ, ସୁରେଶ ବେଗ ବିରଞ୍ଚି ମହାନ୍ତି ପାରିବାର ଅନ୍ୟ ସଦସ୍ୟ ମନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Advertisement