ପିଏମଶ୍ରୀ ଉତ୍ସବ ପାଳନ l

19
ADVERTISEMENT

କୁକୁଡ଼ାଖଣ୍ଡି,୧୫/୦୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ନିମଖଣ୍ଡି ଶ୍ରୀକୃଷ୍ଣ ସାହୁନୋଡାଲ ଉଚ୍ଚବିଦ୍ୟାଳୟ, ପରିସରରେ ପିଏମଶ୍ରୀ ମହୋତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁକୁମାର ଦାଶଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ବିଭୂତିଭୂଷଣ ଜେନାଙ୍କର ଜିଲ୍ଲା ଶିକ୍ଷାପ୍ରତିନିଧି ଗଙ୍ଗାଧର ଶତପଥୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଉତ୍ସବର ଗୁରୁତ୍ବ ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଆଞ୍ଚଳିକ ଶିକ୍ଷା ଯୁଗ୍ମନିର୍ଦ୍ଦେଶକ ପବିତ୍ର ମୋହନ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଆତ୍ମନିର୍ଭରଶୀଳତା ବିଷୟରେ ସଭାରେ ଆଲୋଚନା କରିଥିଲେ। ବ୍ରହ୍ମପୁର ଶିଳ୍ପତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ରଞ୍ଜନକୁମାର ପରିଡ଼ା ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ଶିଳ୍ପତାଲିମ ବିଷୟରେ ବୁଝାଇଥିଲେ।

କୁକୁଡାଖଣ୍ଡି ବ୍ଲକ୍ ଶିକ୍ଷାଧିକାରୀ ସନ୍ତୋଷକୁମାର ମହାପାତ୍ର ଓ.ଇ.ଏସ୍. ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ମାଧ୍ୟମରେ ନୂତନ ଭବିଷ୍ୟତ ଗଠନ ଦିଗରେ ମନୋନିବେଶ କରିବା ପାଇଁ ଉପଦେଶ ଦେଇଥିଲେ। ମନ୍ତ୍ରୀଙ୍କର କୁକୁଡାଖଣ୍ଡି ବ୍ଲକ୍ ପ୍ରତିନିଧି ସୂର୍ଯ୍ୟମଣି ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ସବର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ସ୍ଥାନୀୟ ସରପଞ୍ଚ ଶଶୀ ବେହେରା ଅନ୍ୟତମା ସମ୍ମାନିତ ଅତିଥି ରୂପେ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ଉପଦେଶ ଦେଇଥିଲେ। ସ୍ଥାନୀୟ ସମିତିସଭ୍ୟା ବିଷ୍ଣୁ ବେହେରା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଗୁଣାତ୍ମକ ଶିକ୍ଷାର ମହତ୍ୱ ବୁଝାଇଥିଲେ। ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଆତ୍ମନିର୍ଭରଶୀଳତା ବିଷୟରେ ଅତ୍ୟୁତ୍କୃଷ୍ଟ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ଵାରା ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଆଜିର ଷ୍ଟଲ୍ କାର୍ଯ୍ୟକ୍ରମରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷିକା ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ଅଞ୍ଚଳବାସୀ ଓ ସାମ୍ବାଦିକଗଣ ଯୋଗ ଦେଇ ଉତ୍ସବକୁ ଆନନ୍ଦମୁଖର କରିଥିଲେ। ବରିଷ୍ଠଶିକ୍ଷକ ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ।

Advertisement