ହୁଗୁଳାପଟ୍ଟାରେ ଗଜବାୟାଣୀ ମଣ୍ଡି ଉଦଘାଟିତ l

18
ADVERTISEMENT

କୁକୁଡ଼ାଖଣ୍ଡି,୧୫/୦୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତରେ ଆଜି ମା ଗଜ ବାୟାଣୀ ମଣ୍ଡି କୁ ଗୋପାଳପୁର ବିଧାୟକଙ୍କ କୁକୁଡ଼ାଖଣ୍ଡି ପ୍ରତିନିଧି ସୂର୍ଯମଣି ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡି କୁ ଉଦଘାଟନ କରିଥିଲେ l ଉକ୍ତ ମଣ୍ଡି ରେ ପ୍ରଥମେ ୭୫ ଟି ଚାଷୀ ଙ୍କୁ ନେଇ ଚାଲିଥିବା ବେଳେ ଆଗାମୀ ଦିନ ରେ ସମସ୍ତ ଚାଷୀଙ୍କ ସହଯୋଗିତା ରେ ମଣ୍ଡି ଧାନ ଉଠାଣ ଅଗ୍ରଗତି ରେ ପହଞ୍ଚିବା ରେ ସଫଳ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ପାତ୍ର ଏବଂ ମଣ୍ଡି ସଭାପତି ବୁଡି ସ୍ଵାଇଁ ମତବ୍ୟକ୍ତ କରିଛନ୍ତି l

ଏଥିରେ ଲୋଚାପଡ଼ା ସରପଞ୍ଚ ଏଲ ମୋହନ ଦାସ, ହୁଗୁଳାପଟ୍ଟା ସରପଞ୍ଚ ବାପେୟା ପାତ୍ର, ମଣ୍ଡି ସଂପାଦକ ରଶ୍ମିତା ସ୍ଵାଇଁ,ହୁଗୁଳାପଟ୍ଟା ପିଇଓ ବିଦ୍ୟୁତ୍ ତହଲ ଙ୍କ ସମେତ ସମସ୍ତ ଚାଷୀ ଏଵଂ ଗ୍ରାମବାସୀ ଓ ଗ୍ରୁପ ସଦସ୍ୟା ମାନେ ଉପସ୍ଥିତ ଥିଲେ l

Advertisement