ତ୍ରିଶକ୍ତି ଯାତ୍ରା ପକ୍ଷରୁ ଦରୀୟା କୁଳର ଦରଦୀ ବନ୍ଧୁ ମଞ୍ଚସ୍ତ l

18
ADVERTISEMENT

କୁକୁଡ଼ାଖଣ୍ଡି,୧୫/୦୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମରେ ମକର ସଂକ୍ରାନ୍ତି ପର୍ବରେ ମାଁ ତ୍ରିଶକ୍ତି ମନ୍ଦିରର ବାର୍ଷିକ ଯାତ୍ରା ଚଳିତବର୍ଷ ଅନୁଷ୍ଟିତ ହୋଇଯାଇଛି l ଏଥିରେ ଗ୍ରାମ୍ୟ ଯୁବକ ସଂଘ ପକ୍ଷରୁ ଦରୀୟା କୁଳର ଦରଦୀ ବନ୍ଧୁ ଗ୍ରାମର ଯୁବକଙ୍କ ପକ୍ଷରୁ ପ୍ରଶିକ୍ଷିତ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ବୁଧବାର ମାଁ ତ୍ରିଶକ୍ତି ଙ୍କୁ ଗ୍ରାମବାସି ବିରାଟ ପଟୁଆରରେ ଗ୍ରାମପରିକ୍ରମା କରିଥିଲେ l

ବିଭିନ୍ନ ସାହି ରେ ସାଂସ୍କୃତିକ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ସାମାଜିକ ନାଟକ ଦରୀୟା କୁଳର ଦରଦୀ ବନ୍ଧୁ ମଞ୍ଚକୁ ଦକ୍ଷିଣପୁର ଗ୍ରାମର ଯୁବ ସମାଜସେବୀ ରାକେଶ ପଣ୍ଡାଙ୍କ ପରିଚାଳନା ରେ କାର୍ଯକ୍ରମ କୁ କୁକୁଡ଼ାଖଣ୍ଡି ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର ଉଦ୍ଧଘାଟନ କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ସରଜ ସାବତ, ସମାଜ ସେବୀ ଉଦୟ ବେହେରା, ସାଂସଦଙ୍କ କୁକୁଡ଼ାଖଣ୍ଡି ପ୍ରତିନିଧି ସନ୍ତୋଷ ଚୌଧରି,କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟନନ୍ଦ ଦାଶ, କୈଳାସ ଚନ୍ଦ୍ର ବିଷୟୀ,ତୁତୁନ ପାତ୍ର, ନାଟ୍ୟ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ରଣା, ସରପଞ୍ଚ ଦେବାଶିଷ ସେଠୀଙ୍କ ସମେତ ଗ୍ରାମର ବୃଢିଯିବି ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ସଂଘ ପକ୍ଷ ରୁ ଉପଡୋକନ ଦେଇ ସମ୍ମାନିତ କରାଯାଇଥିଲା l ପରେ ମଞ୍ଚ ରେ ଏହି ସାମାଜିକ ନାଟକ ପରିବେଷଣ କରାଯାଇଥିଲା l

Advertisement