ADVERTISEMENT
Home ଆଞ୍ଚଳିକ ସର୍ବେ ହୋଇବା ,ଏକ ମୁଖ ଡାକିବା ଶ୍ରୀଜଗନ୍ନାଥ ରଖ, ତେବେ ଯାଇ ଶୁଣିବେ ଶ୍ରୀ ଜଗନ୍ନାଥ...

ସର୍ବେ ହୋଇବା ,ଏକ ମୁଖ ଡାକିବା ଶ୍ରୀଜଗନ୍ନାଥ ରଖ, ତେବେ ଯାଇ ଶୁଣିବେ ଶ୍ରୀ ଜଗନ୍ନାଥ ଏବଂ ଆମେ ରହିବା ସୁରକ୍ଷିତ l

31
ADVERTISEMENT

ଭୁବନେଶ୍ୱର,୧୨/୦୧(ଲିପିକା ରାଣୀ ରାଉତ ):-ଶ୍ରୀମନ୍ଦିରରେ ପହଲି ଭୋଗ ଓ ଶ୍ରୀଜଗନ୍ନାଥଙ୍କ ବିଷୟରେ ଏକ ସତସଙ୍ଗ ଓ ଭଜନ, ସ୍ତୁତି ଆଲୋଚନା ରାଧାକୃଷ୍ଣ ମନ୍ଦିର,ଲୋକନାଥ ରୋଡ଼ ପୁରୀ ଠାରେ ଅନୁଷ୍ଠିତ ହୋଇ ଯାଇଛି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପୁରୀ ପକ୍ଷରୁ ଆସନ୍ତା ୧୧.୧.୨୬ ରେ ରାଧା କୃଷ୍ଣ ମନ୍ଦିର ଲୋକନାଥ ରୋଡ଼ ପୁରୀ ଠାରେ ଏକ ସତସଙ୍ଗର ବ୍ୟବସ୍ଥା କରା ଯାଇଛି, ଆପଣ ମାନେ ଏହି ସତସଙ୍ଗ ରେ ଯୋଗ ଦେବାକୁ ଅନୁରୋଧ ପ୍ରଭୁଙ୍କ ପହଲି ଭୋଗ ପ୍ରସାଦ ର ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା ଏହି ସତସଙ୍ଗ ରେ ପୁରୀ ରୁ ସମ୍ମାନୀୟ ବରିଷ୍ଠ ଜଗନ୍ନାଥ ପ୍ରେମି ଯୋଗ ଦେଇ ତାଙ୍କ ଆଶ୍ରିବଚନ ଦେବେ,ଏହି ସତସଙ୍ଗ ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଛି ସମସ୍ତ୍ରେ ପହିଲି ଭୋଗ ପ୍ରସାଦ ସେବନ ପରେ ଦିନ୩ ଘଟିକା ରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉ ଥିଲା ସମସ୍ତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ସନ୍ଧ୍ୟା ୫.୩୦ ଘଟିକା ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମ ସାରି ଫେରି ଆସି ଥିଲେ ଆତ୍ମା ପରମାତ୍ମାଙ୍କର ଏକ ଅଂଶ, ସ୍ରଷ୍ଟା ଦ୍ୱାରା ସୃଷ୍ଟି ମଣିଷ ସ୍ରଷ୍ଟା କୁ ଅସ୍ବୀକାର କରି ସମସ୍ତଙ୍କୁ ଭ୍ରମିତ କରି ନିଜକୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କରିବାକୁ ପ୍ରୟାସ କରୁଛି, ସୃଷ୍ଟି ର ଯୁଗ ଅନୁଯାଇ ସତ୍ୟ ଯୁଗେ ପ୍ରଭୁ ତୁମେ ହରି ନାରାୟଣ ତ୍ରେତୟାଯୁଗରେ ରାମ ଦ୍ୱାପର ଯୁଗରେ ପ୍ରଭୁ ତୁମେ କୃଷ୍ଣ କଳି ଯୁଗେ ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥ, କିଛ ଅନୁଷ୍ଠାନ ମହାପ୍ରଭୁ ଙ୍କୁ ଓ ଜଗନ୍ନାଥ ସଂସ୍କୃତିର ଅବମାନନା କରିବା ଦ୍ୱାରା ଆମ ସଂସ୍କୃତି ଓ ଜଗତ ଘୋର ସଙ୍କଟ ଭିତରକୁ ଚାଲି ଯାଉଛି , ଆଜିର କାର୍ଯ୍ୟକ୍ରମ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଡ଼ ନାରାୟଣ ମହାପାତ୍ର ଶଶିକାନ୍ତ ରଥ ସୁରେଶ ମିଶ୍ର ତ୍ରିଲୋଚନ ନାୟକ ଭଗବାନ ଦାଶ ଙ୍କ ସଂଯୋଜନା ରେ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସ୍ୱାମୀଜୀ ଧୂର୍ବ ମହାରାଜା ସୁବୋଧ ମିଶନ,ବଦ୍ୟନାଥ ମହାସୁଆର ବାବାଜୀ ଚରଣ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି ତାଙ୍କର ଆଶ୍ରିବଚନ ଦେଇ ଥିଲେ, ଭାରତୀ ଭୂଷଣ ପଟ୍ଟନାୟକ ଅନାମିକା ସ୍ୱାଇଁ ପଟ୍ଟନାୟକ ଓ ଅନ୍ୟମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ ଭୁବନେଶ୍ୱର ରୁ ବଂଶୀଧର ନାୟକ କୃଷ୍ଣ ମହାପାତ୍ର ଶରତ ମହାପାତ୍ର ଶ୍ରୀନିବାସ ରାଓ ଚକ୍ରଧର ମାଝୀ ଡି କେ ଧୀର ବିଜୟଲଷ୍ମୀ ନନ୍ଦ ଓ ପ୍ରମୁଖ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ପୁରି ଓ ଭୁବନେଶ୍ୱର ରୁ ବହୁ ସମ୍ମାନୀୟ ବ୍ୟକ୍ତି ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ ଆସନ୍ତୁ ଆମର ପୂର୍ବଜ ମାନେ ଆମକୁ ଦେଇଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ସମ୍ପନ୍ନ କରିବା ଏହି ସଙ୍କଟ ରୁ ରକ୍ଷା ପାଇ ବାକୁ ଆସନ୍ତୁ ସର୍ବେ ହୋଇବା ଏକ ମୁଖ ଡାକିବା ଶ୍ରୀ ଜଗନ୍ନାଥ ରଖ, ତେବେ ଜାଇ ଶୁଣିବେ ଶ୍ରୀଜଗନ୍ନାଥ, ଓ ଆମେ ହୋଇବା ସୁରକ୍ଷିତ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ପ୍ରଚାର ସଂସ୍ଥାନ ଇଣ୍ଡିଆ l

Advertisement