ଭୁବନେଶ୍ୱର,୧୧/୦୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ଘରୋଇ ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇ ଥିବାବେଳେ ୪ ଜଣ ଯାତ୍ରୀଙ୍କର ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି l ଏବଂ ଅନ୍ୟ ଗୁରୁତର ଥିବା ଦୁଇ ଯାତ୍ରୀଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ବିମାନଟି ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

















