ADVERTISEMENT
Home ଆଞ୍ଚଳିକ ବିଦେଶ ଫେରନ୍ତାଙ୍କ ସୁନା,ଟଙ୍କା ଲୁଟକଲା ଓଲା କାର୍‌ ଚାଳକ l

ବିଦେଶ ଫେରନ୍ତାଙ୍କ ସୁନା,ଟଙ୍କା ଲୁଟକଲା ଓଲା କାର୍‌ ଚାଳକ l

32
ADVERTISEMENT

ଭୁବନେଶ୍ବର,୦୯/୧(ଡ଼ି.ଏଚ ବ୍ୟୁରୋ):-ବିଦେଶ ଫେରନ୍ତାଙ୍କ ସୁନା,ଟଙ୍କା ଲୁଟ କଲା ଓଲା କାର୍‌ ଚାଳକ l ଥାଇଲାଣ୍ଡରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଚନ୍ଦ୍ରଶେଖରପୁରସ୍ଥିତ ଘରକୁ ଯିବା ଲାଗି ଓଲା କାର୍‌ ବୁକ୍‌ କରିଥିଲେ। ଓଲା କାର୍‌ ଚାଳକ ବିଦେଶ ଫେରନ୍ତାଙ୍କୁ ଅଧା ବାଟରେ ଓହ୍ଲାଇ ସୁନା ଅଳଙ୍କାର ଓ ଟଙ୍କା ଥିବା ବ୍ୟାଗ୍‌କୁ ନେଇ ଛୁ’ ମାରିଥିଲା। ବିଦେଶ ଫେରନ୍ତା ଅମନ କୁମାର ଅଗ୍ରୱାଲଙ୍କ ଅଭିଯୋଗ ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତ ଓଲା କାର୍‌ ଚାଳକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କଟକ ଜିଲା ମାହାଙ୍ଗା ଥାନା କୁଆଁପାଳ ଗ୍ରାମର ନାଗା ଓରଫ ନାଗେଶ୍ୱର ପରମାଣିକ। ତା’ ନିକଟରୁ ପୁଲିସ ବ୍ୟବହୃତ ଓଲା କାର୍‌, ସୁନା ଚେନ, ବ୍ରେସ୍‌ଲେଟ, ୩ ହୀରା ମୁଦି, ୧ ଲକ୍ଷ ଟଙ୍କା, ବିଦେଶୀ ମୁଦ୍ରା, ପାସ୍‌ପୋର୍ଟ, ମନିପର୍ସ, ୧୦ରୁ ୧୨ଟା କ୍ରେଡ଼ିଟ୍‌ ଓ ଡେବିଟ କାର୍ଡ, ସ୍ମାର୍ଟ ହାତ ଘଣ୍ଟା ସହ ବହୁ ଜରୁରୀ କାଗଜପତ୍ର ଥିବା ବ୍ୟାଗ୍‌ ଜବତ କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି। ତା’ ଅପରାଧ ପୃଷ୍ଠଭୂମି ତଦନ୍ତ କରାଯାଉଥିବା ଜୋନ୍‌ ଏସିପି ସୂଚନା ଦେଇଛନ୍ତି।

Advertisement