ଭାଲୁ ଆକ୍ରମଣରେ ବନ କର୍ମଚାରୀ ଗୁରୁତର l

17
ADVERTISEMENT

ବୌଦ୍ଧ,୦୯/୧(ଡ଼ି.ଏଚ ବ୍ୟୁରୋ):-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବଘିଆବାହାଲ ଗ୍ରାମର ହାଟପଦା ନିକଟରେ ଭାଲୁ ଆତଙ୍କ l ଫଳରେ ବନରକ୍ଷୀ ଜ୍ୟୋତି ରଞ୍ଜନ ବାରିକ ଓ ବନ ବିଭାଗ ଦ୍ୱାରା ନିୟୋଜିତ କର୍ମଚାରୀ କ୍ଷମାନିଧି ଗିଭିଲା ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ଭାଲୁ ଆକ୍ରମଣ କରିଥିଲା । ଏଥିରେ ବନ କର୍ମଚାରୀ କ୍ଷମାନିଧି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ସୋନପୁର ହସ୍ପିଟାଲ ଭର୍ତି । ଖବର ପାଇ ଘଟଣା ସ୍ଥଳରେ କଣ୍ଟାମାଳ ରେଞ୍ଜର ଜୟକୃଷ୍ଣ ପଟନାୟକ, ଫରେଷ୍ଟର ବୁଲି ବେହେରା, ବନରକ୍ଷୀ ସୁନୀଲ ପ୍ରଧାନ, ଜ୍ୟୋତିରଞ୍ଜନ ବାରିକ ଓ ଅନ୍ୟ ବନକର୍ମଚାରି ମାନେ ପହଞ୍ଚି ଭାଲୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ।

Advertisement