ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷମେଳା ପାଳିତ l

22
ADVERTISEMENT

କୁକୁଡ଼ାଖଣ୍ଡି,୦୮/୧(ଇ ରଞ୍ଜନ):- କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁରି କାଳୁଆ ଠାରେ ଆଜି ମହୁରି କାଳୁଆ ପାଣିପଞ୍ଚାୟତ ଅଧୀନରେ ଥିବା ଗ୍ରାମାଞ୍ଚଳ ଗୁଡିକରେ ଥିବା ଚାଷ ଜମି ମାନଙ୍କରେ ଜଳ ଯୋଗାଣକୁ ଗୁରୁତ୍ୱାରୋପକୁ ଦୃଷ୍ଟି ଦେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମେଳା ମହୁରି କାଳୁଆ ନିକଟରେ ବ୍ରହ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଗ(୧)ର ଅଧିକ୍ଷଣ ଯନ୍ତ୍ରୀ ଅମିୟ କୁମାର ମୁଦାଲୀଙ୍କ ତତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି l ଏଥିରେ ମହୁରୀ ପାଣି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ସମସ୍ତ ଚାଷୀ ଏକତ୍ରିତ ହୋଇ ବିଭାଗ ପକ୍ଷରୁ ଅନୁଷ୍ଟିତ ମେଳାରେ ଅଂଶଗ୍ରହଣ କରି ସରକାରଙ୍କ ଯୋଜନା ସମ୍ପର୍କ ରେ ବୁଝିଥିଲେ l ୠଷିକୁଲ୍ୟ ନଦୀରୁ ଜଳ ପ୍ରବାହିତ ହୋଇ କେନାଲ ଦେଇ କିପରି ଭାବେ ଜଳ ଉପର ମୁହାଁରୁ ଚାଷୀଙ୍କ ଶେଷ ଭାଗକୁ ଜଳ ପହଞ୍ଚି ଜମିରେ ସେଚିତ ହୋଇ ଚାଷୀ କୁଳ ଉପକୃତ ହେବେ ତାହା ଉପରେ ସଚେତନତା କରାଯାଇଛି l ଏହି ମଞ୍ଚ ର ସଭାପତିତ୍ବ କରିଥିଲେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରି l କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଡି. ସୁଧାକର କୁମାର, ସନ୍ମlନିତ ଅତିଥି ଭାବେ ବ୍ଲକ ଉପାଧକ୍ଷା ବିଷ୍ଣୁପ୍ରିୟା ପାତ୍ର, ଅତିରିକ୍ତ ଜିଲ୍ଳା କୃଷି ଅଧିକାରୀ ପ୍ରଶାନ୍ତ କୁମାର ରଥ, ବ୍ରହ୍ମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ଦାଶ,ରାମକୃଷ୍ଣ ପଣ୍ଡା, ହିଞ୍ଜିଳିକାଟୁ ସହକାରୀ ଯନ୍ତ୍ରୀ ବିନ୍ଦୁ ସାଗର ପଣ୍ଡା, ମହୁରୀକାଳୁଆ ପାଣି ପଞ୍ଚାୟତ ସଭପତି ଗୋବିନ୍ଦ ଚନ୍ଦ୍ର ଗୌଡ, ଆତ୍ମା ଅଧ୍ୟକ୍ଷ ଟି ରଘୁ ପାତ୍ରଙ୍କ ସମେତ ବିଭାଜନ ଅନ୍ତର୍ଗତ ସମସ୍ତ ଚାଷୀ ଓ ପାଣି ପଞ୍ଚାୟତ ସଭାପତି ସଂପାଦକ ଙ୍କ ସମେତ ଅଧିକାରୀ ମାନେ ଉପସ୍ଥିତ ରହି ଚାଷୀଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇ କାର୍ଯ୍ୟକ୍ରମ ସମାପନ କରିଯାଇଥିଲା l

Advertisement