ବ୍ରହ୍ମପୁର ସୁବାରାଓ ଛକରେ ଥିବା ଅଲିଭ ରେଷ୍ଟରାଣ୍ଟ ଉପରକୁ ବୋମାମାଡ଼ ।

18
ADVERTISEMENT

ବ୍ରହ୍ମପୁର,୦୪/୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ଅଧୀନ ସୁବାରାଓ ଛକରେ ଥିବା ଅଲିଭ ରେଷ୍ଟରାଣ୍ଟ ଉପରକୁ ବୋମାମାଡ଼ । ଗତକାଲି ରାତି ୧୦ଟା ୩୦ରେ ରେଷ୍ଟରାଣ୍ଟ ଉପରକୁ ବୋମାମାଡ଼ ହୋଇଥିବାବେଳେ ଯାହାର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ l ଉକ୍ତ ରେଷ୍ଟରାଣ୍ଟ ଭିତରେ ଲୋକମାନେ ଖାଉଥିବା ବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଶୁଣିବାକୁ ମିଳିଥିଲା। ଏବଂ ରେଷ୍ଟରାଣ୍ଟ ମ୍ୟାନେଜର ଓ କର୍ମଚାରୀ ବାହାରକୁ ଆସି ଦେଖିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଥିବା ଜାଣିବାକୁ ପାଇଥିଲେ। ବର୍ତ୍ତମାନ୍ ପର୍ଯ୍ୟନ୍ତ ବୋମାମାଡର କାରଣ ଜଣାପଡିନଥିବାବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।

Advertisement