ଗୋପାଳପୁର ପୁଲିସ ଜୁଆ ଖେଳରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି l

13
ADVERTISEMENT

ବ୍ରହ୍ମପୁର,୦୪/୧(ଡ଼ି.ଏଚ ବ୍ୟୁରୋ):-ଗୋପାଳପୁର ବାହାଦୂରପେଟା ଅଂଚଳର ଏକ ତୋଟାରେ ଜୁଆ ଖେଳ ଚାଲିଥିବାବେଳେ ଗୋପାଳପୁର ପୁଲିସ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି l ଏବଂ ସେଠାରୁ ପୁଲିସ ୬୦ ହଜାର ୨ ଶହ ଟଙ୍କା, ଗୋଟିଏ ଜରି ପାଲ,ଗୋଟିଏ ତାସ ପ୍ୟାକେଟ,୫ ଟି ମୋବାଇଲ ଜବତ କରିଥିବାବେଳେ ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଅଂଚଳର ପିଣ୍ଟୁ ପାତ୍ର,ମିଟୁ ଗୌଡ଼,ଆନନ୍ଦ କୁମାର ସାହୁ,ଅନୁସୟା ନାୟକ, କବିସୂର୍ଯ୍ୟନଗର ଅଂଚଳର ସତ୍ୟ ପ୍ରଧାନ,ବ୍ରହ୍ମପୁର ଟାଉନ ଥାନା ଗେଟ୍ ବଜାର ଅଂଚଳର ଶଙ୍କର ଦାସ ବୋଲି ସୂଚନା l

Advertisement