ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡ଼ି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଟୁରିଷ୍ଟ ବସ୍ l

19
ADVERTISEMENT

ଭୁବନେଶ୍ୱର,୦୪/୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପୁଲିସ ଥାନା ଅନ୍ତର୍ଗତ ତେଇଶିପୁର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡ଼ି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଟୁରିଷ୍ଟ ବସ୍ l ଦୁର୍ଘଟଣାରେ ୬ଜଣ ମହିଳା ପର୍ଯ୍ୟଟକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି l ଏବଂ ବସ୍ ରେ ୨୦ ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ।

Advertisement