ପୁରୀ,୦୩/୧(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେଉଛନ୍ତି । ଶହ ଶହ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରିବା ଲାଗି ପୁରୀରେ ଭିଡ ଲଗାଇଛନ୍ତି। କିମ୍ବଦନ୍ତି ଅନୁସାରେ ପ୍ରଭୁ ଶ୍ରୀରାମ ୧୪ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।

















