ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନ ଓ ବିଶ୍ୱପ୍ରାର୍ଥନା ଦିବସରେ ସକଳ ହୋଇ ଏକ ମୁଖ ପ୍ରାର୍ଥନା କରିବା ଶ୍ରୀ ଜଗନ୍ନାଥ ରଖ l

22
ADVERTISEMENT

ଭୁବନେଶ୍ବର,୦୨/୧(ଲିପିକା ରାଣୀ ରାଉତ):-ନୂତନ ବର୍ଷରେ ସମୁହ ପ୍ରାର୍ଥନା ରେ ଯୋଗ ଦେଇ ଥିବା ସମସ୍ତ ମହାନୁଭବ ମାନଙ୍କୁ ଆମର ହୃଦୟ ରୁ କୃତଜ୍ଞତା ଓ ଶୁଭେଚ୍ଛା ସମସ୍ତଙ୍କୁ ଆଗାମୀ ନୂତନ ଇଁରାଜୀ ବର୍ଷର ଶୁଭେଛା।ଏହି ଅନୁଷ୍ଠାନ ଆପଣ ମାନଙ୍କ ର, ଆପଣମାନଙ୍କ ଭଲପାଇବା ପାଇଛୁ ଆଶାକରୁ ସେଇ ଭଲ ପାଇବା ଆମ ପାଇଁ ଅବ୍ୟାହତ ରହିବ। ସମସ୍ତଙ୍କ ପାଇଁ ୨୦୨୬ ବର୍ଷ ଶୁଭଙ୍କରୀ ହେଉ, ଆମେ କଣ କଲେ ମହାପ୍ରଭୁ ଙ୍କର ପସନ୍ଦ ଆସିବା ତାକୁ ଧ୍ୟାନ ରଖି ଏହି ଅନୁଷ୍ଠାନ କାର୍ଯ୍ୟ କରିଵ, ସବୁ ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ମାନେ ମନରେ କୌଣସି ଭେଦ ଭାବ ନ ରଖି ଖୋଲା ହୃଦୟ ରେ ସମସ୍ତେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରି ୧.୧.୨୬ ଦିନ ମହାପ୍ରଭୁ ଙ୍କ ଚତୁର୍ଦ୍ଧା ମୂର୍ତ୍ତି କୁ ସକାଳ 9ଘଟିକା ରୁ ରାତ୍ର 9ଘଟିକା ପର୍ଯ୍ୟନ୍ତ ଦର୍ଶନ କରି ଅଖଣ୍ଡ ଆନନ୍ଦ ଓ ଶାନ୍ତି ପ୍ରାପ୍ତ କରନ୍ତୁ ବୋଲି ଆମର ଚେଷ୍ଟା, ଶ୍ରୀଜଗନ୍ନାଥଙ୍କୁ ଭକ୍ତି ହିଁ ସର୍ବୋଚ୍ଚ ସତ୍ୟ ଆମର ରାଜ୍ୟ – ଦେଶ ଓ ବିଶ୍ଵ ଏକ ସଙ୍କଟ ମୟ ପରିସ୍ଥିତିରେ ଗତି କରୁଛି ମଣିଷ ମନରେ ଦୁଃଖ ଭୟ ଆତଙ୍କ ଶଙ୍କା ସନ୍ଦେହ ଅବିଶ୍ୱାସ ଭରି ହୋଇ ରହିଛି,ତେଣୁ ଆମେ ପ୍ର୍ରଭୁ ଶ୍ରୀ ଜଗନ୍ନାଥ ଆମକୁ ରକ୍ଷା କର ବୋଲି ପ୍ରାର୍ଥ ନା କରିବା,ସେ ହିଁ ସବୁ ସମସ୍ୟା ର ସମାଧାନ କରି ପାରିବେ ମହାପ୍ରଭୁ ଙ୍କ ୩୬୫ଦିନ ର ସମସ୍ତ କାର୍ଯ୍ୟକ୍ରମ ର ତଥ୍ୟ କୁ ଡିଜିଟାଲ ଦୁନିଆରେ ଭର୍ତ୍ତି କରିବାକୁ ଆମର ପ୍ରୟାସ କିଛି କରିଛୁ ଆଉ ବହୁତ ଵାକି ଅଛି ନୂତନ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ଆପଣ ମାନେ ବି ଏହା କରି ପାରିବେl

ସମୟ ଆସିଛି ସମସ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ସୁରକ୍ଷା ନିମନ୍ତେ ମିଳି ମିଶିକି କାର୍ଯ୍ୟ କରିବା ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଭାଗବତାନନ୍ଦା ସରସ୍ବତୀ ପଣ୍ଡିତ ଦାଶରଥି ସାମନ୍ତରାୟ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଶ୍ରୀଯୁକ୍ତ ପ୍ରଶାନ୍ତ ମିଶ୍ର ତପସ୍ୱିନୀ ପାଢ଼ୀ ଡ଼ ଗୁରୁ ପ୍ରସାଦ ମହାପାତ୍ର ଏହି ଅବସରରେ ଆମେ ଅନୁଷ୍ଠାନ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ଉମାନାଥ ମିଶ୍ର ବିଜୟ ପଣ୍ଡା ସୁରେଶ ମିଶ୍ର ଭଗବାନ ଦାଶ ଭାରତୀ ଭୂଷଣ ପଟ୍ଟନାୟକ ସାସ୍ୱତୀ ମିଶ୍ର ପ୍ରମୋଦିନୀ ପଣ୍ଡା, ତ୍ରିଲୋଚନ ନାୟକ ଡ଼ ଆରତି କର ଙ୍କ ଉପସ୍ଥତି ରେ ଦୁଇଟି ବହି ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ଓ “ଭକ୍ତ ଓ ଭଗବାନ” ସମସ୍ତଙ୍କ ଅବଗତ ନିମନ୍ତେ ପ୍ରକାଶ କରିବାକୁ ଯାଉଛୁ ଏହାର ସମସ୍ତ ବିଷୟରେ AI ଭିଡ଼ିଓ ଫିଲ୍ମ ମଧ୍ୟ କରା ଯାଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ଚାନେଲ ରେ ଛଡ଼ା ଯାଇଛି, ଏହା ଆପଣ ମାନେ ନିଜେ ଦେଖନ୍ତୁ ଓ ଅନ୍ୟ କୁ ସେୟାର କରନ୍ତୁ,ଆଜିର କାର୍ଯ୍ୟକ୍ରମ ରେ ଦିଲ୍ଲୀପ ପଟ୍ଟନାୟକ ସୁବାସ ଜଗତି ହେମନ୍ତ ମହାନ୍ତି ପ୍ରଭାକର ମଲ୍ଲିକ ରାଧାବଲ୍ଲଭ ସିଂହ ବୈକୁଣ୍ଠ ମହାପାତ୍ର, ସ୍ବର୍ଣ୍ଣ ଲତା ପାଣି ଅନାମିକା ସ୍ୱାଇଁ ପଟନାୟକ ମନୋଜ ରାଉଳ ଶ୍ରୀନିବାସ ରାଓ ରଞ୍ଜନ ସାମଲ ପ୍ରମୁଖ ଭଜନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ, ଆପଣମାନେ କୃପା କରି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ,ଆପଣ ମାନଙ୍କ ସହଯୋଗ ଓ ଆଶୀର୍ବାଦ ଆମର କାର୍ଯ୍ୟ କୁ ଶୃଙ୍ଖଳିତ କରିବ, ଆମର ଦାୟିତ୍ୱ ଶ୍ରୀଜଗନ୍ନାଥଙ୍କ ଦେଶର ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ଟେକ ରଖିବା ନିହାତି ଆବଶ୍ୟକ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଭୁବନେଶ୍ୱର

Advertisement