ଚିଲିକା,୧/୦୧(ଡ଼ି.ଏଚ ବ୍ୟୁରୋ):-ପ୍ରବଳ କୁହୁଡି ଯୋଗୁଁ ଚିଲିକାର ମହିଁସା କୁଦରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଯାତ୍ରୀବାହୀ ଭସାପୋଲ ଟି ୫୦ ଯାତ୍ରୀ, ଗୋଟିଏ ବସ୍ ଓ ୨ଟି କାର ନେଇ ପ୍ରାୟ ୩୦ମିନିଟ୍ ଧରି ଫସି ରହିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା ।

















