କୁକୁଡାଖଣ୍ଡି,୧/୦୧(ଇ ରଞ୍ଜନ):-କ୍ରୀଡା ଭାବନା ଓ ଯୁବ ଶକ୍ତିର ସୁନ୍ଦର ସମନ୍ୱୟ ମଧ୍ୟରେ କୁକୁଡାଖଣ୍ଡି ମିନି ଷ୍ଟାଡିୟମ୍ ପରିସରରେ ଆୟୋଜିତ ବାପି ଭାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ କାମାକ୍ଷା ପ୍ରସାଦ ପାତ୍ରଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ପକ୍ଷରୁ ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୧୧ ଦିନ ଧରି ଚାଲିଥିଲା।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ଜଗଦଲପୁର ଟିମ୍ କାର୍ଗିଲ ଶ୍ରିନିବସ ଟିମ୍ ଏବଂ ବିସିସି ବ୍ରହ୍ମପୁର ଟିମ୍ ମଧ୍ୟରେ ଖେଳାଯାଇଥିଲା।

ମ୍ୟାଚ୍ରେ ଜଗଦଲପୁର ଟିମ୍ ୩୩ ରନ୍ରେ ବିସିସି ବ୍ରହ୍ମପୁରକୁ ପରାସ୍ତ କରି ବିଜୟୀ ହେବାର ଗୌରବ ହାସଲ କରିଥିଲା।ଉଦଯାପନ ସମାରୋହରେ ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ, ସରପଞ୍ଚ ବଶିଷ୍ଟ ଜେନା, କ୍ରାନ୍ତି କୁମାରୀ ଦେବୀ, ପୂର୍ବତନ ସରପଞ୍ଚ ଅଦଳ ଚେନେୟା, ଭବାନୀ ଶଙ୍କର ବିଶ୍ୱାଳ ସହ ଅନ୍ୟାନ୍ୟ ବହୁ ଅତିଥିମାନେ ମଞ୍ଚାସୀନ ରହିଥିଲେ। ଅତିଥିମାନେ ବିଜୟୀ ଓ ପରାଜିତ ଟିମ୍ର ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମଟି ସଂଯୋଗ ପଟ୍ଟନାୟକ (ହଟିଆ)ଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ବେଳେ ଭିନ୍ନକ୍ଷମ ନେତା କେ. ମଣି ବାବୁ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ସମ୍ପାଦକ କେ ଅଭିନାଶ,ସହ ସମ୍ପାଦକ ଗଙ୍ଗାଧର ମହାନ୍ତି,ଶୁଭମ୍ ସାହୁ ସହ ବହୁ ଯୁବଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ।

















