ଜଗଦଳପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୩ ତମ ବାର୍ଷିକୋତ୍ସବ l

30
ADVERTISEMENT

କୁକୁଡ଼ାଖଣ୍ଡି,୨୯/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଳପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ଶିଶୁ ମନ୍ଦିରର ସୁଦାମ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା ବବିତା ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ସୌଖିକ ବାତାବରଣ ରେ ବିଦ୍ୟାକୁ ଆହରଣ କରି ସମାଜରେ ମଣିଷକୁ କିପରି ମୁକ୍ତି ଦେଇଥାଏ ତାହା ଉପରେ ଆଲୋକପାତ କରିବା ସହ ଶିଶୁ ଶାରୀରିକ ଏବଂ ପ୍ରଜ୍ଞାକୁ ଉଜ୍ଜୀବିତ କରିବାରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦିକା ସୁନିତା ପାତ୍ର ବିଦ୍ୟାଳୟ ର ବାର୍ଷିକ ପାଠ କରିଥିବା ବେଳେ ଏଥିରେ ମୂଖ୍ୟ ବକ୍ତା ଭାବେ ଗୋଷାଣୀନୂଆଁ ଗାଁ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ପାତ୍ର, ଶିକ୍ଷାବିତ୍ ହେମଚନ୍ଦ୍ର ପାଢ଼ୀ,ସମ୍ମାନିତ ଅତିଥି ଭାବେ ଲୋଚାପଡ଼ା ସରପଞ୍ଚ ଏଲ.ମୋହନ ଦାସ, ଖଣି ଓ ଇସ୍ପାତ ପରିବହନ ମନ୍ତ୍ରୀଙ୍କ କୁକୁଡ଼ାଖଣ୍ଡି ପ୍ରତିନିଧି ସୂର୍ଯମଣି ପାତ୍ର, ମହନ୍ତ ଚିନ୍ମୟନନ୍ଦ ଦାଶ, ଙ୍କ ସମେତ ଅନୁଷ୍ଠିତ l ଏଥିରେ ବିଦ୍ୟା ମନ୍ଦିରର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ବବିତା ପାତ୍ର ଗତ ବର୍ଷ ପଞ୍ଚମ ଶ୍ରେଣୀରେ ମେଧା ବୃତ୍ତି ପାଇଥିବା ସୁଶ୍ରୀ ଦିବ୍ୟାଶା ପାତ୍ର, ଏସ ଅଲିଶା ପାତ୍ର ଏବଂ ତୃତୀୟ ଶ୍ରେଣୀର ଏନ କ୍ରିଷ୍ଣା ପାତ୍ର ଓ ମୀନକେତନ ସେଠିଙ୍କୁ ସମ୍ବର୍ଦ୍ଧନା କରିଥିଲେ l

ଶେଷରେ ବିଦ୍ୟାଳୟ ତରଫରୁ ମୁଖ୍ୟ ଅତିଥି ବବିତା ପାତ୍ର ଙ୍କୁ ନିଜ ସମାଜସେବା ପାଇଁ ଏବଂ ହେମଚନ୍ଦ୍ର ପାଢ଼ୀ ଙ୍କୁ ଶିକ୍ଷା ଏବଂ ଜ୍ୟୋତିର୍ବିଜ୍ଞାନରେ ଉଲେଖନୀୟ ଅବଦାନ ପାଇଁ ମାନ ପତ୍ର ପ୍ରଦାନ କରାଯାଇଥିଲା l ପ୍ରଧାନଚାର୍ଯ୍ୟା ଜି ରୋଜା ପାତ୍ର, ସମ୍ପାଦିକା ସୁନିତା ପାତ୍ର, କାଳୁ ଚରଣ ସାହୁ ଗୁରୁଜୀ ସହ ଅନ୍ୟ ଗୁରୁମା ତଥା – ଜୟପ୍ରଦା, ଦୀପା, ଦୀପାଞ୍ଜଳି, ଝୁମୁରି, ଅଲିଭା, ଜୋଛନା, ଲିଲି, ଭବାନୀ ଆଣ୍ଡ ମମିତା ଗୁରୁମା ପ୍ରଭୃତି ସହଯୋଗ କରିଥିଲେ lକାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏଥିରେ ବିଦ୍ୟାଳୟରୁ ମେଧା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଧାନ କରି ଉତ୍ସାହିତ କରିଥିଲେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହାୟତା କରିଥିଲେ ।

Advertisement