କୁକୁଡ଼ାଖଣ୍ଡି,୨୭/୧୨(ଇ ରଞ୍ଜନ):-କୁକୁଡାଖଣ୍ଡିର ପୂର୍ବତନ ଅଧକ୍ଷ ସ୍ବର୍ଗତ କାମାକ୍ଷା ପ୍ରସାଦ ପାତ୍ରଙ୍କ ସ୍ମୃତିରେ କୁକୁଡାଖଣ୍ଡି ମିନି ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ଵାପିଭାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ କ୍ରୀଡ଼ାପ୍ରେମୀ ଙ୍କୁ । ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ କ୍ରୀଡା ପ୍ରେମୀଙ୍କ ପାଇଁ ଷ୍ଟାଡିୟମ ର ସମ୍ପୂର୍ଣ ଉନ୍ନତି କରଣ କରିବାକୁ ପ୍ରତିଶୃତି ଦେଇଥିଲେ। ସଂଯୋଗ ପଟ୍ଟନାୟକ ଙ୍କ ସଂଯୋଜନା ରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠି, ରୋହିଗାଁ ସରପଞ୍ଚ ବଶିଷ୍ଟ ଜେନା, ଅଦଲ ଚେନେୟା, ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ, ଦିଲୀପ ପାତ୍ର, ଯତୀନ୍ଦ୍ର ପାତ୍ର,ସୁରେଶ ସେଠି, ଅଶୋକ ଦାସ, ମାମି ଶାସମଲ, କ୍ରାନ୍ତି କୁମାରୀ, ଝିଲିସେଠି, ରାଧା ମୋହନ ସେଠି, ଦେବାଶିଷ ସେଠି, ରଜିତ ପାତ୍ର, ଚିତ୍ତରଞ୍ଜନ ବିଶୋଇ ଙ୍କ ସହ ସରପଞ୍ଚ ଓ କ୍ରୀଡା ପ୍ରେମୀ ମାନେ ଉପସ୍ଥିତ ଥିଲେ। ନାରାୟଣପୁର ଓ ଭଞ୍ଜନଗର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବହୁ ଯୁବ ଗୋଷ୍ଠୀ ପରିଚାଳନା ସହ ସହଯୋଗ କରିଥିଲେ।

















