କୁକୁଡ଼ାଖଣ୍ଡି,୨୭/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଗୁରୁଣ୍ଠି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ଖଣି, ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ବିଦ୍ୟା ମଣିଷକୁ କିପରି ମୁକ୍ତି ଦେଇଥାଏ ତାହା ଉପରେ ଆଲୋକପାତ କରିବା ସହ ଶିଶୁ ଶାରୀରିକ ଏବଂ ପ୍ରଜ୍ଞାକୁ ଉଜ୍ଜୀବିତ କରିବାରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଜଗନ୍ନାଥ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସମିତିସଭ୍ୟା ରାଜଲକ୍ଷ୍ମୀ ଦାସ, ଉପ ସଭାପତି ସମ୍ପାଦକ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଉପସଭାପତି ପ୍ରସନ୍ନ କୁମାର କର୍, ଲୋଚାପଡ଼l ସରପଞ୍ଚ ଏଲ୍ ମୋହନ ଦାଶ, ମନ୍ତ୍ରୀ ପ୍ରତିନିଧି ସୂର୍ଯମଣି ପାତ୍ର,ମହନ୍ତ ଚିନ୍ମୟନନ୍ଦ ଦାଶ, ମଞ୍ଚ ର ଅତିଥି ଭାବେ ଯୋଗଦେଇଥିଲେ l ଏଥିରେ ବିଦ୍ୟା ମନ୍ଦିରର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏଥିରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହାୟତା କରିଥିଲେ ।

















