ଶିବାନନ୍ଦ ସ୍କୁଲଠାରେ ଅନୁଷ୍ଠିତ ଦିବ୍ୟଜୀବନ ସଂଘର ଚତୁର୍ଦ୍ଦିବସୀୟ ସାଧନା ଶିବିର ଉଦଯାପିତ ।

39
ADVERTISEMENT

ଭୁବନେଶ୍ୱର ୨୭/୧୨(ଲିପିକା ରାଣୀ ରାଉତ):-ଖଣ୍ଡଗିରିର ଶିବାନନ୍ଦ ସ୍କୁଲ୍ ରେ ୨୩.୧୨.୨୫ ରୁ ଆରମ୍ଭ ହୋଇ ଥିବା ସାଧନା ଶିବିର ଆଜି ଉଦଯାପିତ ହୋଇଛି। ବିଶ୍ଵ ଦିବ୍ୟଜୀବନ ସଂଘର ଉପସଭାପତି ପୂଜ୍ୟ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ ଆନୁଷ୍ଠାନିକ ଭାବେ ଦିବ୍ୟଜୀବନ ସଂଘର ପତକା ଉତ୍ତୋଳନ କରି ଶିବିରକୁ ଉତ୍ତଘାଟନ କରିଥିଲେ। ୪ ଦିନ ବ୍ୟାପୀ ଏହି ସାଧନା ଶିବିରରେ ବିଭିନ୍ନ ଧର୍ମ ଶାସ୍ତ୍ର ଉପରେ ସାଧୁ ସନ୍ଥ ଓ ବିଜ୍ଞ୍ ବ୍ୟକ୍ତିମାନେ ଉପସ୍ଥିତ ଲୋକମାନଙ୍କୁ ସରଳ ଭାଷାରେ ବୁଝାଇଥିଲେ। ଆଜିର ଉଜ୍ଜାପନୀ ଉତ୍ସବରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉପସ୍ଥିତ ରହି ଲୋକମାନଙ୍କୁ ଦିବ୍ୟଜୀବନ ସଂଘ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା କିପରି ସୃଷ୍ଟି କରାଯାଉଛି ସେ ବିଷୟରେ କହିଥିଲେ।

ଗଜପତି ମହାରାଜ ସାଧନ ଶିବିରରେ ଯୋଗଦେଇଥିବା ସାଧୁସନ୍ଥ ବିଦ୍ୟାଳୟର ଶିକ୍ଷକ ଓ ଅନ୍ତେବାସୀମାନଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାମୀ ଧର୍ମପ୍ରକାଶାନନ୍ଦ ସରସ୍ଵତି,ସ୍ବାମୀ ରମେଶ୍ୱରାନନ୍ଦ ସରସ୍ଵତୀ,ଡ. ହରେକୃଷ୍ଣ ଶତପଥୀ,ସ୍ବାମୀ ମାଧବାନନ୍ଦ ସରସ୍ଵତୀ , ସ୍ବାମୀ ସଦାନନ୍ଦ ସରସ୍ଵତୀ,ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଓ ବହୁ ସାଧୁସନ୍ଥମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ସଂଗଠକ ଶ୍ରୀ ଜୟ ଚନ୍ଦ୍ର ନାୟକ୍ ସନ୍ତିପାଠ କରିବାପରେ ଶିବିରର ଶେଷ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ରାଉତରାୟ, ଅଧ୍ୟକ ମନୋଜ କୁମାର ଦାସ ଶିକ୍ଷକ ଓ ଅନ୍ତେବାସୀମାନଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Advertisement