କୁକୁଡାଖଣ୍ଡି,୨୫।୧୨(ଇ ରଞ୍ଜନ):-ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ଗଞ୍ଜାମ ଜିଲ୍ଲାର ପ୍ରଥମ ଆଦର୍ଶ ଧାନମଣ୍ଡି ଦକ୍ଷିଣପୁର ସେବା ସମବାୟ ସମିତି ପରିସରରେ କୁକୁଡାଖଣ୍ଡି ଯୋଗାଣ ନିରୀକ୍ଷକ ଙ୍କ ତତ୍ୱାବଧାନ ରେ ଉଦଘାଟିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଗଞ୍ଜାମ ଜିଲ୍ଲପାଳ କୀର୍ତ୍ତିଭାଷନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ।ଚଳିତ ବର୍ଷ ଜିଲ୍ଲାରେ ଭଲ ବର୍ଷା ହୋଇଥିବାରୁ ଚାଷୀଙ୍କ ଧାନ ମଧ୍ୟ ଭଲ ହୋଇଛି ସେହି ଦୃଷ୍ଟିକୋଣରୁ ୬୦ଲକ୍ଷ କୁଇଣ୍ଟଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ କୁଇଣ୍ଟଲ ଧାନ ସଂଗ୍ରହ ପାଇଁ ଅନୁମତି ହୋଇସାରିଲାଣି।

ଜିଲ୍ଲାରେ ୨୭ଟି ଆଦର୍ଶ ଧାନ ମଣ୍ଡି ବର୍ତ୍ତମାନ ସୁଦ୍ଧା ରହିଥିବା ବେଳେ ଆଗାମୀ ବର୍ଷ ସମସ୍ତ ଧାନମଣ୍ଡି କୁ ଆଦର୍ଶ ଧାନମଣ୍ଡି କରାଯିବାକୁ ଜିଲ୍ଲପ୍ରଶାସନ ଲକ୍ଷ୍ୟ ରଖିଛି। ରାଜ୍ୟ ସରକାର ଚାଷୀଙ୍କୁ କୁଇଣ୍ଟଲ ପିଛା ୩୧୦୦ ଟଙ୍କା ପଦାନ କରାଯାଉଥିବାରୁ ଚାଷୀ ମାନେ ମଧ୍ୟ ଉପଯୁକ୍ତ ମୂଲ୍ୟ ପାଉଛନ୍ତି।କାର୍ଯ୍ୟକ୍ରମ ରେ ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ସନ୍ତୋଷ ଚୌଧୁରୀ,ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର, ସମ୍ପାଦକ ରମେଶ ପ୍ରଧାନ, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଶୁଭାସ୍ମିତା ଦାସ, ଡିଆରସିଏସ ଯୋଗମାୟା ସାବତ,ଏଆର ସିଏସ ଦେବାଶିଷ ସ୍ୱାଇଁ, ଙ୍କ ସହ ଚାଷୀ ମାନେ ଉପସ୍ଥିତ ଥିଲେ l

















