ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ୍: ଜଣେ ଗୁରୁତର l

37
ADVERTISEMENT

କୁକୁଡାଖଣ୍ଡି,୨୫।୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ କାଳୀ ମନ୍ଦିର ସାହି ରେ ସୋମବାର ରାତ୍ର ସାଢେ଼ ୧୦ ସମୟରେ ବୋରିଗାଁ ପଞ୍ଚାୟତର ପ୍ରଫୁଲ୍ଲ ରାଉଳ ନାମକ ଜଣେ ଗୁରୁତର l ସେ ଅଟୋ ଚଳାଇ ଦୈନିକ ଘରକୁ ଫେରିବା ଭଳି ଗତ କାଲି ରାତ୍ରରେ ଘରକୁ ଫେରିଥିଲେ l ସ୍ତ୍ରୀ ବାପ ଘରରୁ ଯାଇଥିବା ବେଳେ ପ୍ରଫୁଲ୍ଲ ଘରକୁ ଆସି ଗ୍ୟାସ୍ ଲଗାଇ ଡାଲି ରାନ୍ଧିବା ନିମନ୍ତେ ଚୁଲାରେ ପ୍ରେସର୍ ଲଗାଇ ଦାଣ୍ଡ ଘରକୁ ଯାଇ ଫେରିଲା ବେଳେ ନିକଟରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ମଧ୍ୟରୁ ଗୋଟେ ସିଲିଣ୍ଡର୍ ହାଣ୍ଡି ଫାଠି ବିସ୍ଫୋରଣ ଘଟିଥିଲା ଯାହା ଫଳରେ ପ୍ରଫୁଲ୍ଲଙ୍କ ଗ୍ୟାସ୍ ବିସ୍ଫୋରଣରେ ପ୍ରଫୁଲଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା l

ଯାହାଫଳରେ ସେ ଚିକିତ୍ସାଧିନ ଭାବେ ମେଡ଼ିକାଲ୍ରେ ଥିବା ଜଣାପଡିଛି l ରାତ୍ରରେ ବିସ୍ଫୋରଣ ଶୁଣି ସାହି ପୋଡଶି ରେ ଥିବା ଲିପୁ ସାହୁ, ଏବଂ ସୌରଜ୍ୟ ପଟ୍ଟନାୟକ ଏବଂ ତାଙ୍କ ଘର ପଛ ପାର୍ଶ୍ଵରେ ରହୁଥିବା ଭାଈ ପ୍ରତାପ ରାଉଳ ପ୍ରଚଣ୍ଡ ଶଦ୍ଧ ଶୁଣି ଦୌଡ଼ି ଆସି ନିଆଁ କୁ ଆୟତ କରି ପ୍ରଫୁଲ୍ଲଙ୍କୁ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତର କରିଥିଲେ l ସିଲିଣ୍ଡର୍ ବ୍ଲାଷ୍ଟ ଯୋଗୁଁ ତାଙ୍କ ପୋଡସି ଘରର ମଧ୍ୟ କାନ୍ଥ, କବାଡ ଆଦି ଭଙ୍ଗା ରୁଜା ଘଟି କ୍ଷତିଗ୍ରସ୍ତ ଘଟିଥିଲା l ପ୍ରଫୁଲ୍ଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ସ୍ବାସ୍ଥ୍ୟର ଉନ୍ନତ ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ନିମଖଣ୍ଡି ପୁଲିସ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇଥିବା ଜଣା ପଡ଼ିଛି l

Advertisement