Saturday, August 15, 2026
ADVERTISEMENT
Home ଆଞ୍ଚଳିକ ରେଳ କର୍ମଚାରୀଙ୍କ ମାତା ପିତାଙ୍କୁ ମେଡିକାଲ ସୁବିଧା ନେଇ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘର...

ରେଳ କର୍ମଚାରୀଙ୍କ ମାତା ପିତାଙ୍କୁ ମେଡିକାଲ ସୁବିଧା ନେଇ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘର ଦାବି,ନିୟମ ପରିବର୍ତ୍ତନ ପାଇଁ ରେଲୱେ ବୋର୍ଡକୁ ପତ୍ର l

153
ADVERTISEMENT

ଭୁବନେଶ୍ୱର,୨୨/୧୨(ଲିପିକା ରାଣୀ ରାଉତ ):- ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ, ରେଳ କର୍ମଚାରୀଙ୍କ ମାତା ପିତାଙ୍କ ପାଇଁ ମେଡିକାଲ ସୁବିଧା ସଂପର୍କିତ ବର୍ତ୍ତମାନ ନିୟମରେ ଥିବା ଅନ୍ୟାୟ ଓ ବ୍ୟବହାରିକ ସମସ୍ୟା ଉପରେ ଗଭୀର ଆପତ୍ତି ଉଠାଇଛି। ଏହି ସମ୍ପର୍କରେ ସଂଘ ରେଲୱେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଙ୍କୁ ଏକ ବିସ୍ତୃତ ପତ୍ର ପଠାଇଛି।ବର୍ତ୍ତମାନ ନିୟମ ଅନୁସାରେ ପିତା ଜୀବିତ ଥିଲେ ମାତା–ପିତାଙ୍କୁ ଆଶ୍ରିତ ଭାବେ ଗ୍ରହଣ ହେଉନାହିଁ, ଯଦିଓ ସେମାନେ ନିଃଆୟ, ରୋଗାକ୍ରାନ୍ତ ଓ ସମ୍ପୂର୍ଣ୍ଣ ଭାବେ ନିଜ ସନ୍ତାନଙ୍କ ଉପରେ ନିର୍ଭରଶୀଳ ରହୁଛନ୍ତି।ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘର ସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁ ତାଙ୍କ ପତ୍ରରେ ଦାବି କରିଛନ୍ତି ଯେ ରେଲୱେ ମେଡିକାଲ ନିୟମଗୁଡ଼ିକୁ ସିଂ ଏମ୍ ଏମ୍ ଏ ନିୟମ ଓ ସି ଜି ଏଚ୍ ଏସ୍ ର ତର୍ଜରେ ସଂଶୋଧନ କରାଯାଉ, ଯାହା ଫଳରେ ଆଶ୍ରିତତା କେବଳ ଆୟ-ସୀମା ଆଧାରରେ ନିର୍ଣ୍ଣୟ ହେବ। ଏହା ଦ୍ୱାରା ବୃଦ୍ଧ ମାତା–ପିତାଙ୍କୁ ସମ୍ମାନଜନକ ଓ ସମୟୋପଯୋଗୀ ଚିକିତ୍ସା ସୁବିଧା ମିଳିପାରିବ ଏବଂ କର୍ମଚାରୀଙ୍କ ଉପରେ ଆର୍ଥିକ ଭାର କମିବ।ଏହି ଅତ୍ୟନ୍ତ ସଂବେଦନଶୀଳ ବିଷୟରେ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ ଅଧିକାରିକ ସ୍ତରରେ ଦୃଢ଼ ପଦକ୍ଷେପ ଗ୍ରହଣ କରି ହଜାର ହଜାର ରେଲୱେ କର୍ମଚାରୀଙ୍କ ପରିବାର ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ଆଗେଇ ଆସିଛି। ଏହାଦ୍ବାରା ରେଳ ବିଭାଗରେ କାର୍ଯ୍ୟ କରୁଥିବା ଲକ୍ଷ୍ୟାଧିକ କର୍ମଚାରୀ ଉପକୃତ ହେବେ l

Advertisement