ଭୁବନେଶ୍ୱର,୨୦/୧୨(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଭୁବନେଶ୍ୱର ପାୱାର ହାଉସ୍ ଛକରେ ଏକ କାରକୁ ଘୋଷାଡି ନେଲା ହାଇୱା । ରେଡ୍ ସିଗ୍ନାଲ ଥିବାରୁ କାର୍ଟି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିଲା । ଏହି ସମୟରେ ପଛରୁ ଆସି ହାଇଓ୍ୱା କାରକୁ ଧକ୍କା ଦେଇଥିଲା । ଫଳରେ କାର ଚାଳକଙ୍କର ସୌଭାଗ୍ୟବଶତଃ କୌଣସି କିଛି କ୍ଷତି ହୋଇନଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏବଂ ସ୍ଥାନୀୟ ଲୋକେ ହାଇୱାକୁ ଅଟକା ରଖିଥିବା ବେଳେ ପୁଲିସ ର ତଦନ୍ତ ଜାରି ରହିଛି ।
















