Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

61
ADVERTISEMENT

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ନୂତନ ଇଂରାଜୀ ବର୍ଷରେ ଭୁବନେଶ୍ୱରରେ ବିଜେ କରିବେ lଏହି ମହାନ ରାଜ୍ୟସ୍ତରୀୟ ଧାର୍ମିକ କାର୍ଯ୍ୟକ୍ରମକୁ ସାଦର ନିମନ୍ତ୍ରଣ ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ବିଧି ଅନୁସାରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନିମନ୍ତ୍ରଣ କରାଯାଇଛି, ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯକ୍ରମ ରେ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀ ସହିତ ଯୋଗ ଦେବାକୁ ଓ କାର୍ଯ୍ୟକ୍ରମ ସଫଳତା ର ଶହ ଶେଷ ହେବା ପାଇଁ ସଦସ୍ୟ ମାନେ ପ୍ରାଥର୍ନା କରିଛନ୍ତି l ଆସନ୍ତା ୧.୨.୨୦୨୬ ଗୁରୁବାର ନୂତନ ଇଂରାଜୀ ବର୍ଷ ସକାଳ ୧0 ଘଟିକା ରୁ ରାତ୍ର ଘଟିକା ମଧ୍ୟରେ ଉତ୍କଳ ରଙ୍ଗମଞ୍ଚ ଓଡ଼ିଶୀ ତିଚ୍ଚର୍ଚ୍ଚ ନାଚ ସେଣ୍ଟର ଜୟଦେବ ବିହାର ଭୁବନେଶ୍ୱର ଠାରେ ଅଖିଳ କୋଟି ବ୍ରହ୍ମାଣ୍ଡର ମହାନାୟକ ନୀଳାଦ୍ରି ନାଥ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ କୋଟି ଓଡ଼ିଆର ପରିଚୟ କୋଟି କୈବଲ୍ୟ ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀ ଚକ୍ରରାଜ ସୁଦର୍ଶନଙ୍କୁ ଧରି ବିଜେ କରିବେ, ପ୍ରଥମ କରି ଏହି ପରି କାର୍ଯ୍ୟକ୍ରମ କରାଯାଉଛି l

ଏହି ଅବସରରେ ରେ ଭକ୍ତ ଓ ଭଗବାନ ଓ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ନିମନ୍ତେ ପତ୍ରିକା ମଧ୍ୟ ଉନ୍ମୋଚନ କରାଯିବ ମହାପ୍ରଭୁ ଙ୍କ ସଂସ୍କୃତି ଓଡ଼ିଆ ଜାତିର ସଂସ୍କୃତି, ଓଡ଼ିଆ ସଂସ୍କୃତି, ଓଡ଼ିଆ ଐତିହ୍ୟ, ଓଡିଶା ପରିଚୟ, ତାକୁ କେବେ ଭୁଲି ପାରିବାନି ଆମେ ପରା ଓଡ଼ିଆ ପୁଅ,ଗଜପତି ସମ୍ରାଟ କପିଳେନ୍ଦ୍ର ଦେବ ୧୪୩୫ ମସିହା ୨୯ ଜୁନ କର୍କଟ ଦୁଇ ଦିନ ଶୁକ୍ଲ ଚତୁର୍ଥୀ ବୁଧବାର ଦିନ ଉତ୍କଳ ର ସିଂହାସନ ଆରୋହଣ କରନ୍ତି ,ହେ ଈଶ୍ୱର ତୁମେ ରାମ ତୁମେ କୃଷ୍ଣ ଏବଂ ନୀଳାଚଳ ରେ ତୁମେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ , ଏଥିରେ ବହୁ ସାଧୁ ସନ୍ଥ ସେବାୟତ ଡାକ୍ତର ରାଜନେତା ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

Advertisement